ଭୋଟ ଦେଲାନି ଭାରତ

Spread the love

ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେବାରୁ ନିବୃତ ରହିଲା ଭାରତ। ଚୀନର ଉତର-ପଶ୍ଚିମ ସିନଜାଙ୍ଗ୍ ଅଞ୍ଚଳରେ ବିଶୃଙ୍ଖଳା ଏବଂ ଅଶାନ୍ତି ଲାଗିରହିଥିବା ବେଳେ ଏହା ଉପରେ ଏକ ବିତର୍କ କରିବାକୁ ଜାତିସଂଘରେ ପ୍ରସ୍ତାବ ଆସିଥିଲା। ଚୀନ୍‌ର ଜିନ୍‌ଜିଆଙ୍ଗ ପ୍ରଦେଶରେ ଉଇଘର ୧୦ ଲକ୍ଷରୁ ଅଧିକ ମୁସ୍‌ଲିମଙ୍କୁ ବନ୍ଦୀ କରି ରଖାଯାଇଥିବା ନିର୍ଯ୍ୟତନା ଦିଆଯାଉଥିବା  ଅଭିଯୋଗ ହୋଇଆସୁଛି। ଉଇଘର ମୁସ୍‌ଲିମ ନିର୍ଯାତନା ଅଭିଯୋଗକୁ ଚୀନ୍‌ ଅସ୍ବୀକାର କରିଆସୁଛି ଏବଂ ଏହାକୁ ସଂସ୍କାର କାର୍ଯ୍ୟକ୍ରମ ଦର୍ଶାଇ କୌଣସି ବାହ୍ୟ ଚାପକୁ ଖାତିର କରୁନାହିଁ। ଆଜି ଏହି ପ୍ରସଙ୍ଗରେ ବିତର୍କ ପାଇଁ ଜାତିସଂଘ ମାନବାଧିକାର ପରିଷଦରେ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ଏକ କୋର୍‌ ଗ୍ରୁପ୍‌ ଦ୍ବାରା ଉପସ୍ଥାପିତ ହୋଇଥିଲା ଯାହାକି କାନାଡ଼ା, ଡେନମାର୍କ, ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ନରୱେ, ସ୍ବିଡେନ, ବ୍ରିଟେନ୍‌ ଏବଂ ଆମେରିକାକୁ ନେଇ ଗଠିତ। ଅନ୍ୟପକ୍ଷରେ ତୁର୍କୀ ଏବଂ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ପ୍ରସ୍ତାବ ସପକ୍ଷରେ ୧୭ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୯ଟି ଭୋଟ୍‌ ମିଳିଥିଲା। ଭୋଟଦାନରୁ ଚୀନ୍‌, ଭାରତ, ବ୍ରାଜିଲ, ମେକ୍ସିକୋ ଓ ୟୁକ୍ରେନ୍‌ ସମେତ ୧୧ଟି ରାଷ୍ଟ୍ର ବିରତ ରହିଥିଲେ ଏବଂ ଏହି ପ୍ରସ୍ତାବ ଖାରଜ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *