ବମ ତାଣ୍ଡବ: ୫୦ରୁ ଅଧିକ ମୃତ୍ୟୁ

Spread the love

ୱାସିଂଟନ: ବମ ସାଇକ୍ଲୋନର ତାଣ୍ଡବ ଏବେ ମଧ୍ୟ ଆମେରିକାରେ ଜାରି ରହିଛି। ବରଫ  ଝଡ଼ରେ ଆମେରିକାବାସୀଙ୍କ ଅବସ୍ଥା ନ କହିବା ଭଲ। ଏଯାବତ୍ ଏହି ବରଫ ଝଡ ୫୦ ଜଣଙ୍କ ଜୀବନ ନେଲାଣି ଓ ବହୁ ଅଞ୍ଚଳର ବେହାଲ ହୋଇପଡିଛନ୍ତି। ସ୍ଥିତି ଏମିତି କି, ଟକଟକ ଫୁଟୁଥିବା ପାଣି ମାତ୍ର କିଛି ମିନିଟରେ ବରଫ ଖଣ୍ଡ ପାଲଟୁଛି। ବାୟୁରେ ବରଫାଂଶ କାରଣରୁ ଲୋକଙ୍କ ଶ୍ବାସ କ୍ରୀୟାରେ ସମସ୍ୟା ହେଉଛି।

ଉତ୍ତର ମେରୁ ଅଞ୍ଚଳରୁ ପ୍ରବାହିତ ତୁଷାରର ଯୁକ୍ତ ପବନରେ ନ୍ୟୁୟର୍କ ସହରରେ ୪୩ ଇଞ୍ଚ ମୋଟା ବରଫର ଆସ୍ତରଣ ଘର ବାହାରେ। ରାସ୍ତାଘାଟ, ଘର, ଗଛବୃଚ୍ଛ ସବୁ ବରଫରେ ଘୋଡେଇ ହୋଇ ରହିଛି। ସବୁଆଡ ଧଳା ଆଉ ଧଳା। ୨୦ କୋଟିରୁ ଅଧିକ ଲୋକ ଏହି ପ୍ରଚଣ୍ଡ ବରଫ ଝଡ଼ରେ ପ୍ରଭାବିତ ହୋଇଛନ୍ତି। ୧୩ଟି ରାଜ୍ୟରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ୨ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି।

ତେବେ  ବୁଫାଲୋ ଅଞ୍ଚଳ ଏହି ବମ ସାଇକ୍ଲୋନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଞ୍ଚଳରେ କାର୍‌କୁ ମୋଟା ବରଫ ଚାଦର ପୋତି ଦେଇଛି। ଦକ୍ଷିଣପୂର୍ବ, କେନ୍ଦ୍ରୀୟ ପୂର୍ବ ଏବଂ ପୂର୍ବ ଉପକୂଳରେ କିଛି ପ୍ରମୁଖ ସହରରେ ଥଣ୍ଡା ଅସହ୍ୟ ହେଲାଣି। ଏହି ବରଫ ଝଡର କରାଳତାକୁ ନେଇ ପ୍ରଶାସନ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି। ଲୋକଶକ୍ତି ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କାର ଉପରେ ବରଫ ଆସ୍ତରଣ ଫଳରେ କାର୍ ଭିତରେ ଥିବାବହୁ ଲୋକ ମୃତ୍ୟୁବରଣ କରିଛନ୍ତି।  ଅନେକ ମଧ୍ୟ ନିଜ ବାହନରେ ଫଶି ରହିଛନ୍ତି। ତେଣ ପ୍ରଶାସନ ବରଫ ତଳେ ପୋତି ହୋଇ ରହିଥିବା ଜୀବିତ ଓ ମୃତ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି। ରାସ୍ତା ଘାଟ ସବୁ କିଛି ଲୁଚି ଯାଇଛି ବରଫ ତଳେ। ତେଣୁ ରନୱେ  ବରଫାଦିତ ହୋଇପଡିବାରୁ ସୋମବାର ୩,୮୦୦ରୁ ଅଧିକ ବିମାନ ଉଡାଣ ରଦ୍ଦ କରାଯାଇଛି।

ତେବେ ଖାଲି ଆମେରିକା ନୁହେଁ, କାନାଡା,  ଜାପାନରେ ମଧ୍ୟ ତୁଷାରପାତ ହାହାକାର ମଚେଇଛି। ଜାପାନରେ  ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏହି ତୁଷାରପାତ ଯାଗୁଁ। ୯୦ରୁ ଅଧିକ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *