ମହାକାଶରୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ

୩ ମହାକାଶଚାରୀ ସହ ଆଇଏସଏସ ରୁ ବାହାରିଲେ  ସୁନୀତା ୱିଲିୟମ୍ସ । ସେମାନେ ଡ୍ରାଗନରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ପୃଥିବୀ ପୃଷ୍ଠକୁ ଫେରିବେ ସୁନୀତା । ଭାରତୀୟ ସମୟରେ ହେଇଛି ବୁଧବାର ରାତି ପ୍ରାୟ ସାଢେ ୩ଟାରେ ଆମେରିକାର ଫ୍ଲୋରିଡାରେ ଅବତରଣ କରିବେ । ଏମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ସ୍ପେସ ଏକ୍ସର ମାଲିକ ଏଲନ ମସ୍କଙ୍କୁ ଆଇଏସଏସରୁ ଧନ୍ୟବାଦ  ଦେଇଛନ୍ତି ସୁନୀତା ।ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଦିଗରେ କାମ କରିବା ଆରମ୍ଭ କରିଥିଲା । ଶୁକ୍ରବାର ଯାନ୍ତ୍ରିକ ତ୍ରୁଟି ହେତୁ ସ୍ପେସଏକ୍ସର ଲଞ୍ଚକୁ ପୁଣି ସ୍ଥଗିତ ରଖାଯାଇଥିଲା। ନାସା ଅନୁଯାୟୀ ୧୯ ମାର୍ଚ୍ଚ ସୁଦ୍ଧା ସୁନୀତା ପୃଥିବୀ ପୃଷ୍ଠକୁ ଫେରି ପାରିବେ । ଏହି ତାରିଖ ମଧ୍ୟ ସ୍ଥିର ନୁହେଁ ଏବଂ ପାଗ ସମେତ ଅନ୍ୟାନ୍ୟ କାରଣଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କ୍ରୁ-୧୦ ହେଉଛି ସ୍ପେସଏକ୍ସର ମାନବ ମହାକାଶ ପରିବହନ ପ୍ରଣାଳୀର ରୋଟେସନ୍ ମିଶନ। ଗତ ବର୍ଷ ଜୁନ୍ ୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଏବଂ ବୁଚ୍ । ତାଙ୍କର ଗୋଟିଏ ସପ୍ତାହ ପରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ସେ ସେଠାରେ ଫସି ରହିଲେ। ଉଭୟ ମହାକାଶଚାରୀ ବୋଇଂ ଏବଂ ନାସାର ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନରେ ମହାକାଶକୁ ଯାଇଥିଲେ। ଏହା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ଅନେକ ପ୍ରୟାସ କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *