ପ୍ରବଳ ଥଣ୍ଡାରୁ ଆଫଗାନିସ୍ତାନରେ ୧୬୮ ଲୋକଙ୍କ ମୃତ୍ୟୁ

Spread the love

କାବୁଲ: ଆଫଗାନିସ୍ତାନରେ ଥଣ୍ଡା ଖରାପ ପାଗର ତାଣ୍ଡବ। ଏଥିରେ ଏକ ମାସରେ ୧୬୮ ଲୋକଙ୍କ ମୃତ୍ୟୁ ହେଲାଣି। ଏନେଇ ସୂଚନା ଦେଇଛି ତାଲିବାନ ନେତୃତ୍ବାଧୀନ ସରକାରର ବିପର୍ଯ୍ୟୟ ପରିଚାଳନା ବିଭାଗ।ଦେଶରେ ଶୀତ ଲହର ୨୪ଟି କ୍ଷେତ୍ରରେ ପ୍ରବାହିତ ହଉଥିବା ବେଳେ ଜୀବନଯାତ୍ରା ବ୍ୟାହତ ହୋଇଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ବିଭାଗର ଜଣେ ଅଧିକାରୀ ଜାହିଦଙ୍କ ସୂଚନା ମୁତାବକ, ପ୍ରତିକୂଳ ପାଗ କାରଣରୁ ଶହ ଶହ ଘର ଭାଙ୍ଗିଯିବା ସହ ୮୦ ହଜାରରୁ ଅଧିକ ଗୃହପାଳିତ ପଶୁଙ୍କ ମୃତ୍ୟୁ ହେଲାଣି। ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି ପ୍ରବଳ ଥଣ୍ଡା ପାଇଁ।

ଆଫଗାନିସ୍ତାନ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନରେ ୧୯ ପ୍ରୋଭିନ୍ସରେ ତୁଷାରପାତ ହେବା ଚେତାବନୀ ଦିଆଯାଇଛି। ବର୍ତ୍ତମାନ ବହୁ ଲୋକ ମାନବୀୟ ସହାୟତା ଅପେକ୍ଷାରେ ପଡିରହିଥିବା ବେଳେ ଆଗକୁ ଏମାନଙ୍କ ସ୍ଥିତି ଆହୁରି ବିଗିଡିଯିବ। ଶନିବାର ଦିନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି, ବଦାଖ୍ସାନ, ନୁରିସ୍ତାନ, କୁନାର, ନାଙ୍ଗହାର, ଜାବୁଲ, ଗଜନି, ଆଦି ଅଞ୍ଚଳରେ ପ୍ରବଳ ତୁଷାରପାତ ନେଇ ଘୋଷଣା କରିଥିଲା।

୩୮ ମିଲିୟନ ଜନବସତିପୂର୍ଣ୍ଣ ଆଫଗାନିସ୍ତାନର ୫୦ ପ୍ରତିଶତ ଲୋକ ଶୀତ ପାଇଁ ହନ୍ତସନ୍ତ ହେଉଥିବା ବେଳେ ମାନବୀୟ ସହାୟତା ପାଇଁ ଅପେକ୍ଷା କରିଛନ୍ତି। ଦେଶରେ ବର୍ତ୍ତମାନ ୪ ମିଲିୟନ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ସେଠାରେ କାମ କରୁଥିବା ସହାୟକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ ମୁତାବକ, ପୂର୍ବରୁ ଦାରିଦ୍ରର ତାଡନାରେ ଘାଣ୍ଟିହେଉଥିବା ଲୋକେ ହଠାତ୍ ତାପମାତ୍ରା ହ୍ରାସ ପରେ ଆହୁରି ହଇରାଣ ହେଉଛନ୍ତି। ଲୋକଙ୍କ ପାଖରେ ନାଁ ଅଛି ଖାଇବାକୁ ନାହିଁ ଜାଳେଣି। ଏହାରି ଭିତରେ ୨୦ ଜଣଙ୍କୁ ତାଲିବାନୀ ସରକାର ହତ୍ୟା କରିସାରିଛି।

Leave a Reply

Your email address will not be published. Required fields are marked *