ବମ ସାଇକ୍ଲୋନ ସହ ଲଢୁଛି ଆମେରିକା

Spread the love

ୱାସିଂଟନ: ଆମେରିକାରରେ ବମ୍ ସାଇକ୍ଳୋନ ତାଣ୍ଡବ।  ଆମେରିକାରେ ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୩୪ରୁ ଅଧିକ ଥିବା ସୂଚନା।। ଖରାପ ପାଗ ଯୋଗୁଁ ଦୁର୍ଘଟଣା ଓ ଗଛ ପଡ଼ିବା ସହ ଏବଂ ଅନ୍ୟ କାରଣରୁ ୩୪ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଲାଣି। ଏବେ ବି ସେଠାରେ ଜାରି ରହିଛି ବରଫ ଝଡ଼। ଏଥିଯୋଗୁଁ ଗମନାଗମନ, ବିମାନସେବା, ବିଦ୍ୟୁତ ସରବରାହ ସବୁକିଛି ବାଧାପ୍ରାପ୍ତ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆମେରିକାରରେ ବରଫ ଝଡ। ଆମେରିକାରେ ଆସିଥିବା ତୁଷାର ଝଡ ଯୋଗୁଁ ସମସ୍ତ ୫୦ଟି ରାଜ୍ୟ ପ୍ରଭାବିତ ହୋଇଛି । ଭୀଷଣ ବରଫପାତ ଯୋଗୁଁ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ବରଫ ଝଡରେ ମୃତ୍ୟୁସଂଖ୍ୟା ୩୪ରୁ ଅଧିକ ଥିବା ସୂଚନା ମିଳିଛି। ପ୍ରବଳ ଥଣ୍ଡାରେ ଜୁଝି ହେଉଛନ୍ତି ଲୋକେ। ବରଫ ଝଡ ଯୋଗୁଁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କଲୋରାଡୋ, କାନସାସ, ଓକଲାହୋମା, ନେବ୍ରାସ୍କା, ନ୍ୟୁୟର୍କ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟା ପ୍ରତି ୭୦ ମାଇଲ ବେଗରେ ବରଫ ଝଡ ଦେଖାଦେଇଛି। ବରଫ ଝଡ ସହ ବର୍ଷା ଓ ବନ୍ୟା ଲୋକମାନଙ୍କ ଜୀବନ ଦୁର୍ବିସହ କରିଦେଇଛି। ବୁଫାଲୋରେ ରାସ୍ତାଘାଟ ଓ ଘର ଉପରେ ପ୍ରାୟ ୬ ଫୁଟ ଉଚ୍ଚର ବରଫ ଜମା ହୋଇଯାଇଛି ।

ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରାୟ ୧୦ ହଜାର ବିମାନ ବାତିଲ ହୋଇଯାଇଛି। ଲୋକମାନେ ବିମାନବନ୍ଦର ଚୌକି ଉପରେ ଶୋଇ ରାତି ବିତାଇଛନ୍ତି । କାର୍‌ରେ ଯାଉଥିବା କିଛି ଲୋକ ମଧ୍ୟ ମଝି ରାସ୍ତାରେ ଫସି ରହିଛନ୍ତି । ଆମେରିକାର ଅନେକ ସହରରେ ଏହା ସବୁଠା ବୋଲି କୁହାଯାଉଛି । ଅନେକ ସହରରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି । ୨୦ ଲକ୍ଷରୁ ଅଧିକ ଲୋକଙ୍କ ଘରେ ବିଜୁଳି ନାହିଁ। ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି ।

ସ୍ଥିତି ଏପରି ହୋଇଛି ଯେ, ଫୁଟୁଥିବା ପାଣି ନିମିଷକେ ବରଫ ପାଲଟିଯାଉଛି। କବାଟ ଖୋଲିଲେ ସାମନାରେ ବରଫର ପାହାଡ଼ ଦେଖାଯାଉଛି ଘର ଓ ଝର୍କାକୁ ଗିଳି ପକାଇଛି ତୁଷାର ଗଦା।ଚାରିଆଡେ କେବଳ ବରଫ ଆଉ ବରଫ। ବେଳେବେଳେ ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହୁଛି ପବନ। ବରଫ ଝଡ଼ ଯୋଗୁଁ ଅଳ୍ପ କିଛି ଫୁଟ୍ ଦୂରକୁ ବି ଦେଖାଯାଉ ନାହିଁ । ବାହାରେ ଜିରୋ ଭିଜିବିଲିଟି ଓ ଖସଡ଼ା ସଡ଼କ ଯୋଗୁଁ ଦୁର୍ଘଟଣା ଘଟୁଛି।ଏହି ଭୟଙ୍କର ଦୁର୍ବିପାକକୁ କୁହାଯାଉଛି ବମ୍ ସାଇକ୍ଲୋନ୍। ଆମେରିକା, କାନାଡ଼ା, ମେକ୍ସିକୋ ଓ ଫ୍ଲୋରିଡ଼ାର କୋଟି କୋଟି ଲୋକ ଏହି ବମ୍ ସାଇକ୍ଲୋନ୍‌ରେ ପ୍ରଭାବିତ ହୋଇଛନ୍ତି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *