ଭାରତ ପାଇଁ ଖୁସି ଖବର। ୟୁଏଇ ପରେ ମୁସଲିମ ଦେଶରେ ନିର୍ମାଣ ହେବ ବିଶାଳ ହିନ୍ଦୁ ମନ୍ଦିର। ଏନେଇ ରାଜ ପରିବାର ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କରିଛନ୍ତି। ବାହାରିନରେ ନିର୍ମିତ ହେବ ହିନ୍ଦୁ ମନ୍ଦିର। ୟୁଏଇ ପରେ ମୁସଲମାନ ଦେଶ ବାହାରିନରେ ଖୁବଶୀଘ୍ର ଏକ ହିନ୍ଦୁ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ନିର୍ମାଣ ହେବାକୁ ଥିବା ମନ୍ଦିରଟି ଅତିକମରେ ଏକ ହଜାର ବର୍ଷ ପୁରୁଣା ପରି ମନେ ହେବ ବୋଲି ଇଞ୍ଜିନିୟରମାନେ ଦାବି କରିଛନ୍ତି। ବାହାରିନ ରାଜଧାନୀ ମାନାମାରେ ବହରିନର କ୍ରାଉନପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ସଲମାନ ବିନ ହମାଦ ଅଲ ଖଲ୍ଲିଫା ସ୍ବାମୀ ବ୍ରହ୍ମାବିହାରି ଦାସ ଏବଂ ସ୍ବାମୀ ନାରାୟଣ ସନ୍ଥର ଏକ ପ୍ରତିନିଧିମଣ୍ଡଳ ସହ ଭେଟିଥିଲେ। ସ୍ୱାମୀ ନାରାୟଣଙ୍କ ସହ ହିନ୍ଦୁ ମନ୍ଦିର ନିର୍ମାଣକୁ ନେଇ ଆଲୋଚନା କରାଯାଇଛି। ଭାରତୀୟ ରାଷ୍ଟ୍ରଦୂତ ପୀୟୁଷ ଶ୍ରୀବାସ୍ତବ ମଧ୍ୟ ଏଥିରେ ଭାଗ ନେଇଥିଲେ। ବାହାରିନର କ୍ରାଉନପ୍ରିନ୍ସ ଫେବ୍ରୁଆରୀ ୧ରେ ମନ୍ଦିର ପାଇଁ ଜମି ଦାନ କରିଥିଲେ। ବାହାରିନରେ ମନ୍ଦିର ନିର୍ମାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୃଦୟରୁ ସ୍ବାଗତ କରିବା ସହ ବିଶ୍ୱ ଆଧ୍ୟାତ୍ମିକ ନେତା ମହନ୍ତ ସ୍ବାମୀ ମହାରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ମନ୍ଦିର ନିର୍ମାଣ ପାଇଁ ସେମାନଙ୍କ ଆଲୋଚନା ପରେ ସ୍ୱାମୀ ବ୍ରହ୍ମବିହାରୀ ଦାସ କହିଛନ୍ତି ଯେ, ବାହାରିନରେ ଏହି ମନ୍ଦିର ସବୁ ଧର୍ମର ଲୋକଙ୍କ ପାଇଁ ନିର୍ମିତ ହେବ । ଯେଉଁମାନେ ଭାରତୀୟ ସଂସ୍କୃତି, ପରମ୍ପରାକୁ ଜାଣିବାକୁ ଏବଂ ବୁଝବାକୁ ଚାହିଁବେ , ସେମାନେ ମନ୍ଦିରରେ ବିଭିନ୍ନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପ ଅନୁଧ୍ୟାନ କରିପାରିବେ। ଏହାସହ ବାହାରିନ କ୍ରାଉନପ୍ରିନ୍ସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେପଟେ ମନ୍ଦିର ନିର୍ମାଣ ହେଲେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବା ସହ ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି। ସେପଟେ ସଂଯୁକ୍ତ ଆରବ ଏମିରାଟରେ ଏକ ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି। ଏହାସହ ଏହି ମନ୍ଦିରରେ ଅତିକମରେ ୧ ହଜାର ବର୍ଷରୁ ଅଧିକ ପରି ମନେ ହେବ ବୋଲି ଗତବର୍ଷ ଦାବି କରାଯାଇଥିଲା। ବହୁ ସଂଖ୍ୟାରେ ଇଞ୍ଜିନିୟର ଏହି ମନ୍ଦିର ତିଆରିରେ ଲାଗି ପଡିଛନ୍ତି। ଏହାସହ ମନ୍ଦିରର କାମ ଶେଷ ହୋଇଥିବା ବେଳେ, ଯେତବେଳେ ଭାରତର କାରିଗର ଆସିବେ ସେମାନେ ଗୋଲାପୀ ବାଲୁକା ପଥର ସ୍ଥାପନ କାର୍ଯ୍ୟ କରିବେ।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now