କାନାଡା ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି

Spread the love

ନୂଆଦିଲ୍ଲୀ: କାନାଡା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। କାନାଡାରେ ଭାରତ ବିରୋଧୀ ଗତିବିଧି ବୃଦ୍ଧି ପାଇବାକୁ ନେଇ ଛାତ୍ରଛାତ୍ରୀଙ୍କୁ ସତର୍କ ଓ ସାବଧାନ ରହିବାକୁ ଆଡଭାଇଜରୀରେ କୁହାଯାଇଛି। ଭାରତୀୟ ଛାତ୍ରଛାତ୍ରୀ ହେଟ କ୍ରାଇମରୁ ଦୂରେଇ ରହିବାକୁ କୁହାଯାଇଛି।

କାନାଡାରେ ବୃଦ୍ଧି ପାଇବାରେ ଲାଗିଛି ଭାରତ ବିରୋଧୀ ଗତିବିଧି ଓ ହେଟ କ୍ରାଇମ। ହେଟ କ୍ରାଇମ ହେଉଛି ହତ୍ୟା, ଲୁଟ, ମାରପିଟ, ଧର୍ମ ଉପରେ ଆକ୍ରମଣ ପରି ଅପରାଧ। ଏହି ଅପରାଧ ପୀଡିତଙ୍କ ପ୍ରତି ଆକ୍ରମଣକାରୀ ମଧ୍ୟରେ ଜାତି, ଧର୍ମ, ଲିଙ୍ଗ, ଜାତୀୟତା ଆଧାରରେ ସୃଷ୍ଟ ଦ୍ବେଷରୁ ସଂଗଠିତ ହୋଇଥାଏ। ସମ୍ପ୍ରତି କାନାଡାରେ ଭାରତୀୟଙ୍କ ପ୍ରତି ହେଟ କ୍ରାଇମ ବଢିଚାଲିଛି। ଏହାକୁ ନେଇ ବିଦେଶ ମନ୍ତ୍ରଣାଳୟ ଭାରତ ବିରୋଧରେ ହେଟ କ୍ରାଇମ ଓ ଭାରତ ବିରୋଧୀ ଗତିବିଧି ଉପରେ ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରିଛି। ଏହି ଅପରାଧର ଯାଞ୍ଚ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଅପିଲ କରିଛି।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାନାଡାରେ କୌଣସି ଦଣ୍ଡ ବିଧାନ ହୋଇନାହିଁ।

ଏହାକୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ ସେଠାକୁ ଅଧ୍ୟୟନ ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି କି, ଉପରୋକ୍ତ ଘଟଣାକୁ ନେଇ କାନାଡାରେ ଥିବା ଭାରତୀୟ ନାଗରିକ ଓ ପଢିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସର୍ବଦା ସତର୍କ ରୁହନ୍ତୁ। ସେଠାରେ ଭାରତୀୟ ନାଗରିକ ଓ ଭାରତୀୟ ଛାତ୍ରଛାତ୍ରୀ ଓଟ୍ଟାରେ ଅବସ୍ଥାପିତ ଭାରତୀୟ ଦୂତାବାସ ବା ଟରଣ୍ଟୋରେ ଥିବା ଭାରତୀୟ ପରାମର୍ଶଦାତାଙ୍କ ଠାରେ ନିଜ ନାମ ପଞ୍ଜିକରଣ କରିବା ଆବଶ୍ୟକ। ଏହା ଦ୍ବାରା ଭାରତୀୟ ହାଇ କମିଶନ ତଥା କନସୁଲେଟ ଜେନେରାଲ ନିଜ ଛାତ୍ରଛାତ୍ରୀ ଓ ନାଗରିକଙ୍କ ସମ୍ପର୍କରେ ରହିବା ସହ ଆବଶ୍ୟକସ୍ଥଳେ ସହାୟତା ଯୋଗାଇ ପାରିବେ ବାଲି କୁହାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ କି, କିଛି ଦିନ ପୂର୍ବରୁ କାନାଡାର ଖାଲିସ୍ତାନୀ ଚରମପନ୍ଥୀମାନେ ଟରଣ୍ଟୋରେ ଥିବା ଏକ ହିନ୍ଦୁ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଉପରେ ଆକ୍ରମଣ କରାଯାଇଛି। ଏହାକୁ କୁରୂପ କରିବାକୁ ଚେଷ୍ଟା କରାଯାଇଥିଲା।  

Leave a Reply

Your email address will not be published. Required fields are marked *