୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମଜାନ

Spread the love

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ତ ଇ-କମର୍ସ କମ୍ପାନୀ ଆମାଜନ କରିବାକୁ ଯାଉଛି ବିରାଟ କର୍ମଚାରୀ ଛଟେଇ। ଏକକାଳୀନ ୧୮ ହଜାର କର୍ମଚାରୀଙ୍କୁ ଆମଜାନ ଛଟେଇ କରିବା ନେଇ ସୂଚନା ରହିଛି। ଆର୍ଥିକ ମାନ୍ଦାବସ୍ଥା ପାଇଁ କମ୍ପାନୀ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ବୁଧବାର ଘୋଷଣା କରିଛି। କମ୍ପାନୀର ସିଇଓ ଆଣ୍ଡି ଜେସି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଜେସି ସୂଚନା ଦେଇଛନ୍ତି କି, ଗତ ବର୍ଷ ନଭେମ୍ବରରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ବୋଲି ଘୋଷଣା କରିଥିଲା। କିନ୍ତୁ ବର୍ତ୍ତମାନ ଆମେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ  ନିଷ୍ପତ୍ତି ନେଇଛୁ। ତେବେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସେବା କ୍ଷେତ୍ରରେ ଏହି ଛଟେଇ କୌଣସି ପ୍ରଭାବ ପକାଇବ ନାହିଁ। କମ୍ପାନୀ କର୍ତ୍ତୃପକ୍ଷ ଏସମ୍ପର୍କରେ ସଚେତନ ରହିଛନ୍ତି।

ସେହିପରି ଛଟେଇ ହେଉଥିବା କର୍ମଚାରୀଙ୍କ ପ୍ରତି ମଧ୍ୟ କମ୍ପାନୀ ସଚେତନ ରହିଛି। ଯେଉଁ କର୍ମଚାରୀମାନେ ଛଟେଇ ହେବେ ସେମାନଙ୍‌କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍‌ନାଲ୍ ହେଲ୍‌ଥ୍ ଇନ୍‌ସ୍ୟୁରାନ୍‌ସ ଏବଂ ଏକ୍ସଟର୍‌ନାଲ୍ ଜବ୍ ପ୍ଲେସ୍‌ମେଣ୍ଟ୍ ସପୋର୍ଟ ପ୍ୟାକେଜ୍ ଯୋଗାଇ ଦେବୁ। ଆସନ୍ତା ଜାନୁଆରୀ ୧୮ ତାରିଖରୁ ଛଟେଇ ସଂକ୍ରାନ୍ତରେ କର୍ମଚାରୀମାନଙ୍କୁ ସୂଚନା ଦିଆଯିବ।

ସୂଚନାଯୋଗ୍ୟ, ମହାମାରୀ କରୋନା ତଥା ୟୁକ୍ରେନ- ଋଷ ଯୁଦ୍ଧ ପାଇଁ ବିଶ୍ବବାପୀ ଦେଖାଦେଇଥିବା ମହାମାରୀ ବିଶ୍ବ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଏହି କାରଣରୁ ମେଟା, ଟ୍ବିଟର, ଇନଫୋସିଟି ପରି ବହୁ ଅନ୍ତର୍ଜାତୀୟ କମ୍ପାନୀ ବହୁ କର୍ମଚାରୀ ଛଟେଇ କରିଛନ୍ତି।  

Leave a Reply

Your email address will not be published. Required fields are marked *