ଆମେରିକା ଭିସା ପାଇଁ ଲାଗିବ ୩ ବର୍ଷ

Spread the love

ନୂଆଦିଲ୍ଲୀ: ଆମେରିକା ଯିବାକୁ ଚାହୁଁଛନ୍ତି କି? ତେବେ ହାତରେ ଅନ୍ୟୁନ ୩ ବର୍ଷ ରଖି ଭିସା ପାଇଁ ଆବେଦନ କରନ୍ତୁ। କାରଣ ଆମେରିକା ଭିସା ଆଇନରେ ଆଣିଛି ପରିବର୍ତ୍ତନ। ବି-୧ ବିଜନେସ ଅଥବା ବି-୨ ପର୍ଯ୍ୟଟକ ଭିସା ପାଇଁ ଆପଣଙ୍କୁ ଅତି କମରେ ୩ ବର୍ଷ ଅପେକ୍ଷା କରିବାକୁ ହେବ। ଆମେରିକା  ପାଇଁ ଭିଜିଟର ଭିସା ଚାହୁଁଥିବା ଭାରତୀୟଙ୍କୁ  ପ୍ରାୟ ୧୦୦୦ ଦିନ ଅପେକ୍ଷା କରିବାକୁ ହେବ।

ଆମେରିକୀୟ ବିଦେଶ ବିଭାଗର ୱେବସାଇଟ ଅନୁଯାୟୀ ୨୩ ନଭେମ୍ବର ପର୍ଯ୍ୟନ୍ତ ବି-୧/ବି-୨ ଭିସା ଇଣ୍ଟରଭ୍ୟୁ ପାଇଁ ୯୧ଦିନ ରହିଛି।  ତେବେ ଆମେରିକାର ବିଦେଶ ମନ୍ତ୍ରୀଣାଳୟ ଚଳିତ ମାସ ଆରମ୍ଭରେ କହିଥିଲା କି, ଦେଶର ସୁରକ୍ଷା ଦୃଷ୍ଟିରୁ ଆମେରିକାରେ ଆଇନଗତ ଯାତ୍ରାକୁ ଆହୁରି ସୁଗମ କରିବାକୁ ପ୍ରତିବଦ୍ଧ ରହିଛି। ଏହା ପରେ ସେଠାକାର ବିଦେଶ ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ ମୁମ୍ବାଇ ବାସୀଙ୍କ ଭିସା ଇଣ୍ଟରଭ୍ୟୁ ପାଇଁ ସମୟ ୯୯୯ ଦିନ ଧାର୍ଯ୍ୟ ହୋଇଥିବା ବେଳେ ହାଇଦ୍ରାବାଦବାସୀଙ୍କ ପାଇଁ ୯୯୪, ଚେନ୍ନାଇବାସୀଙ୍କ ପାଇଁ ୯୪୮  ଓ କେରଳବାସୀଙ୍କ ପାଇଁ ୯୦୪ ଦିନ ଇଣ୍ଟର୍ଭ୍ୟୁ ସମୟ ହୋଇଛି।

ଦୀର୍ଘ ଅପେକ୍ଷାକୁ ନେଇ ଆମେରିକା ବିଦେଶ ମନ୍ତ୍ରଣାଳୟର ୱେବସାଇଟରେ କୁହାଯାଇଛି କି, ଆମେରିକା ଦୂତାବାସରେ ଇଣ୍ଟର୍ଭ୍ୟୁ ଆପଏଣ୍ଟମେଣ୍ଟ କାମ ଚାପ ସହ କର୍ମଚାରୀଙ୍କ ଉପଲବ୍ଧି ଉପରେ ନିର୍ଭର କରୁଛି। ଏହା କେବଳ ଏଷ୍ଟିମେଟ ମାତ୍ର, ଏହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ। ଭିସା ବିଳମ୍ବକୁ ନେଇ ସେପ୍ଟେମ୍ବର ମାସରେ ବିଦେଶ ମନ୍ତ୍ରୀ  ଜୟ ଶଙ୍କର ଆମେରୀକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିକେନଙ୍କ ସହ ଆଲୋଚନା କରିଥିଲେ। ଗତ ସପ୍ତାହରେ ଆମେରିକା ବିଦେଶ ମନ୍ତ୍ରଣାଳୟ କହିଥିଲା, ଆମେରିକା ଭିସା ପ୍ରକ୍ରିୟା ଦ୍ରୁତ  ଗତିରେ ସୁଧୁରୁଛି। ୨୦୨୩ ବେଳକୁ କୋଭିଡ ପୂର୍ବବର୍ତ୍ତୀ ସ୍ଥିତି ଆସିବାର ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *