ଗ୍ରୀସରେ ଡଙ୍ଗା ଦୁର୍ଘଟଣା, ଅତି କମରେ 78 ଜଣଙ୍କର ଘଟିଛି ମୃତ୍ୟୁ

Spread the love

ଗତକାଲି ଗ୍ରୀସରେ ଏକ ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ିଯିବା ପରେ ଅତି କମରେ 78 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 12ରୁ ଆଧିକ ନିଖୋଜ ହୋଇଥିବାର ଆଶଙ୍କା ରହିଛି । ଡଙ୍ଗାଟି ପ୍ରବାସୀମାନଙ୍କୁ ନେଇ ଇଟାଲୀ ଯାଉଥିଲା  ।

ଡଙ୍ଗାଟି ଲିବିଆର ଟୋବ୍ରୁକ୍ ଅଞ୍ଚଳରୁ ଯାତ୍ରା କରିଥିବା ଜଣାପଡିଛି । ଗ୍ରୀସ୍ ବ୍ୟାପକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଏହି ଘଟଣା ପରେ ଏପର୍ଯ୍ୟନ୍ତ 104 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଚାରି ଜଣଙ୍କୁ ହାଇପୋଥର୍ମିଆର ଲକ୍ଷଣ ସହିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋଷ୍ଟଗାର୍ଡଙ୍କ ଅନୁଯାୟୀ, ନିଖୋଜ ଥିବା ଯାତ୍ରୀଙ୍କ ସଂଖ୍ୟାକୁ ନେଇ ଅନିଶ୍ଚିତତା ରହିଛି । ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଗ୍ରୀସ୍ ଛ ଟି କୋଷ୍ଟ ଗାର୍ଡ ଜାହାଜ, ନୌସେନା ଫ୍ରିଗେଟ୍, ସାମରିକ ପରିବହନ ବିମାନ, ବାୟୁସେନା ହେଲିକପ୍ଟର ଏବଂ ଅନେକ ଘରୋଇ ଜାହାଜ ନିୟୋଜିତ କରିଛି ।

Leave a Reply

Your email address will not be published. Required fields are marked *