ଆଜି ବ୍ରିଟେନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

Spread the love

ବ୍ରିଟେନ: ଆଜି ବ୍ରିଟେନକୁ ମିଳିବ ତାର ନୂଆ ପ୍ରଧାନମନ୍ତ୍ରୀ। ଶେଷ ପର୍ଯ୍ୟାୟରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ବିଜୟକୁ ନେଇ ଦେଖା ଦେଇଛି ଅନିଶ୍ଚିତତା। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟରେ ଋଷି ସୁନକ ଓ ଲିଜ ଟ୍ରସ ପହଞ୍ଚି ଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ କଞ୍ଜରଭେଟିବ ପାର୍ଟିର ସଦସ୍ୟମାନଙ୍କ ମତଦାନ ପରେ ସୁନକଙ୍କ ମଧ୍ୟରେ ଦେଖା ଦେଇଛି ଅସ୍ଥିରତା।

ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ବିବିସିକୁ ଦେଇଥିବା ନିଜ ସାକ୍ଷାତକାରରେ ବ୍ରିଟେନର ପୂର୍ବତନ ଅର୍ଥ ମନ୍ତ୍ରୀ କହିଛନ୍ତି କି, ବିଦେଶ ମନ୍ତ୍ରୀ ଲିଜ ଟ୍ରସଙ୍କଠାରୁ ହାରିବା ପରେ ତାଙ୍କ ଯୋଜନା ସଂସଦ ସଦସ୍ୟ ରହିବି। ସୁନକଙ୍କୁ ଯେତେବେଳେ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ପଚରା ଗଲା ସେ କହିଛନ୍ତି କି, ଯଦି ସେ କଞ୍ଜରଭେଟିବ ପାର୍ଟିର ନେତୃତ୍ବ ଦୌଡରେ ହାରି ଯାଏ ତେବେ ବ୍ରିଟେନର ଆଗାମୀ ସରକାରକୁ ସହଯୋଗ କରିବୁ। ମୁଁ କଞ୍ଜରଭେଟିବ ସରକାରକୁ ସବୁ ଦିଗରୁ ସହଯୋଗ କରିବି।

ଯଦି ହାରି ଯାଆନ୍ତି କିଛି ବର୍ଷ ପରେ କଣ ସେ ପୁଣି ଏହି ଶୀର୍ଷ ପଦ ପାଇଁ ମୈଦାନକୁ ଓହ୍ଲାଇବେ ପଚରା ଯିବାରୁ ଋଷି କହିଛନ୍ତି, ଏବେ ଏବେ ଏହି ଅଭିଯାନ ଶେଷ କରୁଛି। ମତେ ଏଥିରୁ ମୁକୁଳିବାର ଆବଶ୍ୟକତା ରହିଛି।

ସୁନକଙ୍କ ଏହି ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି କି, ଏହି ୪୨ ବର୍ଷୀୟ ଯୁବ ରାଜନେତାଙ୍କୁ ଅନୁଭୂତ ହେଉଛି କି, ଟୋରି ନେତୃତ୍ବ ନିର୍ବାଚନ ଜିତିବାକୁ ତାଙ୍କ ସପକ୍ଷରେ ପର୍ଯ୍ୟାପ୍ତ ଭୋଟ ମିଳି ନାହିଁ।

Leave a Reply

Your email address will not be published. Required fields are marked *