କାନାଡା: ଛୁରା ମାଡରେ ୧୦ ମୃତ୍ୟୁ, ୧୫ ଆହତ

Spread the love

ଓଟାବା: କାନାଡାର ସାସ୍କାଚେବାନ ପ୍ରାନ୍ତରେ ରବିବାର ଛୁରା ମାଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସାସ୍କୋଚେବାନ ରୟାଲ କେନେଡିଆନ ମାଉଣ୍ଟେନ ପୁଲିସ ବା ଆରସିଏମପି ଏହାକୁ ନେଇ ଏକ ଆଟର୍ଲ ଜାରି କରିଛି। ଏବେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ ପୁଲିସ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଜେମ୍ସ ସ୍ମିଥ କ୍ରି ନେସନ ଓ ବେଲ୍ଡନରେ ବହୁ ଲୋକଙ୍କ ଉପରେ ଛୁରା ମାଡ ହୋଇଛି। ଏହୁ ଛୁରାମାଡ ପରେ ମେଲଫୋର୍ଟ ଆରସିଏମପି ଏହି ଆତତାୟୀଙ୍କୁ ନେଇ ଆଲର୍ଟ ଜାରି କରିଛି।

ଆରସିଏମପି ଏକ ପ୍ରେସ ବିଜ୍ଞପ୍ତିରେ କହିଛି କି, ୧୩ଟି ସ୍ଥାନରେ ଛୁରା ମାଡ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୫ ଜଣ ହସ୍ପିଟାଲରେ ଭର୍ତ୍ତି କହୋଇଛନ୍ତି। ପୁଲିସ ପକ୍ଷରୁ ଆହୁରି କୁହାଯାଇଛି କି, ଡେମିୟନ ସେଣ୍ଡର୍ସନ ଓ ମାଇଲ୍ସ ସେଣ୍ଡର୍ସନ ନାମକ ଦୁଇ ସନ୍ଦିଗ୍ଧଙ୍କ ଚିହ୍ନଟ ହୋଇଛି। ଉଭୟ ସନ୍ଦିଗ୍ଧଙ୍କୁ ରେଜିନାର ଆର୍କୋଲା ଏଭିନ୍ୟୁ ଅଞ୍ଚଳରେ ଦେଖାଯାଇଛି। ଏହି ଛୁରାରେ ଆକ୍ରମଣ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ପୁଲିସ ଓ ଜନତାଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *