୧୯ ବର୍ଷର କାରାଦଣ୍ଡ ପରେ ମୁକ୍ତ ବିକିନି କିଲର

Spread the love

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିରିଏଲ କିଲର ଚାର୍ଲ୍ସ ସୋଭରାଜକୁ ୧୯ ବର୍ଷ ପରେ ଜେଲର କାଳ କୋଠରୀରୁ ମିଳିଛି ମୁକ୍ତି। ବୁଧବାର ନେପାଳ ସୁପ୍ରିମ କୋର୍ଟ ଚାର୍ଲ୍ସଙ୍କୁ ମୁକ୍ତ କରିବାକୁ ଦେଇଥିଲେ ଆଦେଶ।  ଚାର୍ଲ୍ସ ବିକିନି କିଲର ନାମରେ କୁଖ୍ୟାତି ଅର୍ଜ୍ଜନ କରିଛନ୍ତି। ୨୦୦୩ରେ ତାଙ୍କୁ ଗିରଫ କରାଯାଇଥିଲା।  ସେଠାକାର କୋର୍ଟ ଦୁଇଟି ହତ୍ୟା ମାମଲାରେ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ତେବେ ୭୦ ଦଶକରେ ଚାର୍ଲ୍ସଙ୍କ ମୁଣ୍ଡରେ ୧୫-୨୦ଟି ହତ୍ୟାର ଅଭିଯୋଗ ଥିଲା।

 ବହୁ ଚର୍ଚ୍ଚିତ ବିକିନି କିଲର ଚାର୍ଲ୍ସ ସୋଭରାଜ ମୁକ୍ତ। ୧୯ ବର୍ଷର କାରାଦଣ୍ଡ ପରେ ବାହାରକୁ ବାହାରିଛନ୍ତି ୨୦ ହତ୍ୟାର ଅଭିଯୁକ୍ତ । ବୁଧବାର ଦିନ ନେପାଳ ସୁପ୍ରିମ କୋର୍ଟ ଏହି ସିରିଏଲ କିଲରକୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ସୋଭରାଜଙ୍କ ବୟସାଧିକ କାରଣରୁ ଏହି ଆଦେଶ ଦିଆଯାଇଛି। ବର୍ତ୍ତମାନ ଚାର୍ଲ୍ସଙ୍କୁ ୭୮ ବର୍ଷ । ସୁପ୍ରିମ କୋର୍ଟ ଚାର୍ଲ୍ସଙ୍କୁ ମୁକ୍ତ କରିବା ସହ ୧୫ ଦିନ ଭିତରେ ତାଙ୍କ ଦେଶକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାର୍ଲ୍ସଙ୍କୁ ୨୦୦୩ରେ କାଠମାଣ୍ଡୁରୁ ଗିରଫ କରାଯିବା ପରେ ସେହି ବର୍ଷ ୨୦ ବର୍ଷର କାରାଦଣ୍ଡ ଶୁଣାଯାଇଥିଲା।

ନେପାଳ ସୁପ୍ରିମ କୋର୍ଟର ଦୁଇ ଜଣିଆ ବଚାରପତି ସୋଭରାଜଙ୍କ  ମୁକ୍ତି ଆବଦନର ଶୁଣାଣି କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଚିକାରେ ସେ ଉଲ୍ଲେଖ କରିଥିଲେ କି, ତାଙ୍କୁ ଦିଆଯାଇଥିବା ଦଣ୍ଡ ଅବଧି ଶେଷ ହୋଇଛି। ଏହା ବ୍ୟତୀତ ବୟସାଧିକ କାରଣରୁ  ତାଙ୍କୁ ବୟସ୍କଙ୍କୁ ମିଳୁଥିବା ରିହାତି ଆଧାରରେ ମୁକ୍ତ କରାଯାଉ।  ସେପଟେ ନେପାଳ ଆଇନ ମୁତାବକ, ଯଦି କୌଣସି  କଏଦୀ ୭୫% ଦଣ୍ଡ ପୂରଣ କରି ସାରିଛନ୍ତି ଓ ତାଙ୍କ ବ୍ୟବହାର ଠିକ ରହିଛି ତାଙ୍କୁ ମୁକ୍ତ କରାଯାଇ ପାରେ।

୧୯୪୪ ଏପ୍ରିଲ ୬ ତାରିଖରେ ଚାର୍ଲ୍ସ ସୋଭରାଜଙ୍କ ଜନ୍ମ ହୋଇଥିଲା ଭିଏତନାମରେ। ତାଙ୍କ ମା ଭିଏତନାମ ନାଗରିକ ହୋଇଥିବା ବେଳେ ବାପା ଜଣେ ଭାରତୀୟ ଥିଲେ। ସେତେବେଳେ ଭିଏତନା ଫ୍ରାନ୍ସ କବଜାରେ ରହିଥିଲା। ତେଣୁ ସୋଭରାଜଙ୍କ ନିକଟରେ ଥିଲା ଫ୍ରାନ୍ସର ନାଗରିକତା। ଚାର୍ଲ୍ସ ଟାର୍ଗେଟରେ ରହିଥିଲେ ବିଦେଶୀ ମହିଳା ପର୍ଯ୍ୟଟକ। ସେ ସେମାନଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲା। ଏହା ପରେ ସେମାନଙ୍କୁ ଡ୍ରାଗ୍ସ ଦେଇ ହତ୍ୟା କରି ସେମାନଙ୍କ ସାମଗ୍ରୀ ଲୁଟି ନେଉଥିଲା। ୧୯୭୦ରେ ପ୍ରାୟ ୨୦ଟି ହତ୍ୟା ଅଭିଯୋଗ ରହିଥିଲା ଚାର୍ଲ୍ସଙ୍କ ନାମରେ। ତେବେ ନେପାଳରେ ହୋଇଥିବା ଦୁଇ ମହିଳାଙ୍କ ହତ୍ୟା ଅଭିଯୋଗରେ ନୋପାଳ ପୁଲିସ ତାଙ୍କୁ ଗିରଫ କରିଥିଲା।

ବିକିନି କିଲର ବେଶ ବଦଳାଇବାରେ ହାସଲ କରିଥିଲା ମାହାରଥୀ, ତେଣୁ ଏତେ ହତ୍ୟା ମାମଲା ସତ୍ତ୍ବେ ତାଙ୍କୁ ଗିରଫ କରିବା ସମ୍ଭବ ନ ଥିଲା। ବହୁ ଦେଶ ସୋଭରାଜଙ୍କୁ ଗିରଫ କରିବାକୁ ଚଳାଇଥିଲେ ପ୍ରୟାସ। ତେବେ ନେପାଳ ପୂର୍ବରୁ ୧୯୭୬ରେ ଦିଳ୍ଲୀରୁ ତାଙ୍କୁ ଗିରଫ କରାଯାଇ ତିହାଡ ଜେଲରେ ରଖା ଯାଇଥିଲା। କିନ୍ତୁ ୧୦ ବର୍ଷ ପରେ ୧୯୮୬ରେ ଜେଲରେ ନିଜ ଜନ୍ମଦିନ ପାଳନ କରିବାକୁ ପାର୍ଟି ରଖି ମିଠା ଓ କେକରେ ନିଶା ଔଷଧ ମିଶାଇ ଜେଲର ଗାର୍ଡମାନଙ୍କ ଭିତରେ ବାଣ୍ଟିଥିଲେ।  ମିଠା ଓ କେକ ଖାଇ ଜେଲ କର୍ମଚାରୀ ବେହୋଶ ହେବା ପରେ ସେ ଚମ୍ପଟ ମାରିଥିଲେ ସେଠାରୁ। ପ୍ରାୟ ୨୨ ଦିନ ପରେ ତାଙ୍କୁ ପୁଣି ଗୋଆରୁ ଗିରଫ କରାଯାଇଥିଲା। କିନ୍ତୁ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବାରୁ ୧୯୯୭ରେ ତାଙ୍କୁ ତିହାଡ ଜେଲରୁ ମୁକ୍ତ କରାଯାଇଥିଲା।

ତେବେ ସୋଭରାଜଙ୍କର ଯେତିକି କୁଖ୍ୟାତି ଥିଲା, ସେତିକି ଥିଲା ମହିଳାଙ୍କ ଭିତରେ ଚାହିଦା। ସେ ନେପାଳ ଜେଲରେ ଥିବା ବେଳେ ଜଣେ ନେପାଳୀ ଯୁବତୀ ନିହିତା ବିଶ୍ବାସ ତାଙ୍କୁ ଭଲପାଇ ବସିଥିଲେ। ସେତେବେଳେ ଚାଲ୍ସଙ୍କୁ ୬୪ ବର୍ଷ ହୋଇଥିଲା ବେଳେ ନିହିତାଙ୍କୁ ହୋଇଥିଲା ମାତ୍ର ୨୧ ବର୍ଷ। କିନ୍ତୁ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନିହିତା ଚାର୍ଲ୍ସଙ୍କୁ ବିବାହ କରିଥିବା ଘୋଷଣା କରିଥିଲେ। କେବଳ ନିହିତା ନୁହଁନ୍ତି, ଅନେକ ମହିଳାଙ୍କୁ ଚାର୍ଲ୍ସ ନିଜ କଥା କହିବା ଶୈଳୀ ଓ ଲୁକରେ ଆକର୍ଷିତ କରୁଥିଲେ।

Leave a Reply

Your email address will not be published. Required fields are marked *