ପାକିସ୍ତାନକୁ ଚୀନର ଆର୍ଥିକ ସହାୟତା

Spread the love

ଇସଲାମବାଦ: ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନକୁ ଚୀନ ପକ୍ଷରୁ ଆର୍ଥିକ ସହାୟତା। ଆର୍ଥିକ ସହାୟତା ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ ସହ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ କିନ୍ତୁ ସହାୟତାର ହାତ ବଢାଇଛି ଚୀନ। ୭୦ କୋଟି ଆମେରିକୀୟ ଡଲାର ପ୍ରଦାନ କରିଛି ପାକିସ୍ତାନକୁ। ଏନେଇ ଅର୍ଥମନ୍ତ୍ରୀ ଇଶାକ ଡାର ଟ୍ବିଟ କରି ପାକିସ୍ତାନ ଷ୍ଟେଟ ବ୍ୟାଙ୍କକୁ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କରୁ ମିଳିଥିବା ୭୦ କୋଟି ଡଲାର ଫଣ୍ଡିଂ ପାଇଁ ପାକ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ବିଶେଷ କୃତଜ୍ଞତା ଜଣାଇଥିବା କହିଛନ୍ତି।

ସୁରକ୍ଷା ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି କି, ପାକିସ୍ତାନର ଜଣେ ସହଯୋଗୀ ଦେଶ ରହିଛି। ଆମକୁ ଲାଗୁଇିଲା ସେ ଆଇଏମଏଫ ଚୁକ୍ତିର ପ୍ରତୀକ୍ଷା କରୁଥିଲେ ଓ ଏହା ପରେ ସେ ତାଙ୍କ ଭୂମିକା ତୁଲାଇବେ। କିନ୍ତୁ ସେହି ସହଯୋଗୀ ଦେଶ କିଛି ଦିନ ପୂର୍ବରୁ ଆମକୁ ଜଣାଇଛନ୍ତି କି, ଆମେ ଆପଣଙ୍କୁ ସିଧା ସଳଖ ଆର୍ଥିକ ସହାୟତା ଦେଉଛୁ। ଏହି କଥାକୁ କେବେ ଭୁଲିହେବ ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନର ବିଦେଶ ମୁଦ୍ରା ଭଣ୍ଡାର କିଛି ସପ୍ତାହ ତଲେ ୨.୯ ଅରବ ଆମେରିକୀୟ ଡଲାର ସ୍ତରକୁ ଖସିଯାଇଥିଲା। ତାହା ଏବେ ବଢି ୪ ଅରବ ଆମେରିକୀୟ ଡଲାରରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *