ଚାଇନା ଊଦଭାବନା କଲା ନ୍ୟୁରୋ ଷ୍ଟ୍ରାଇକ ଅସ୍ତ୍ର, ଆଣିଲା ଜୈବ ବିପଦ, ଡରାଇଲା ସମଗ୍ର ବିଶ୍ୱକୁ 

Spread the love

ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏବଂ ପିପୁଲ୍ସ ଲିବରେସନ୍ ଆର୍ମି ଏବେ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପ୍ରକ୍ରିୟାରେ ଅଛନ୍ତି, ଯାହା ବିଶ୍ୱ ପାଇଁ ଏକ ନୂତନ ପ୍ରକାରର ଜୈବିକ ବିପଦ ସୃଷ୍ଟି କରିଛି । ଚାଇନା ଏବେ ଏଭଳି ଏକ ଯୁଦ୍ଧାସ୍ତ୍ର ବା ‘ନ୍ୟୁରୋଷ୍ଟ୍ରାଇକ୍’ ଅସ୍ତ୍ର ତିଆରି କରିବାକୁ ଯାଊଛି ଯାହା ମଣିଷ ସମେତ ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀଙ୍କ ମସ୍ତିଷ୍କକୁ ଆକ୍ରମଣ କରିବ କିମ୍ବା ନିୟନ୍ତ୍ରଣ କରିବା ପାଇଁ ପରିକଳ୍ପନା କରାଯାଇଥିବା କୁହାଯ଼ାଇଛି ।

ଚାଇନା କମ୍ୟୁନିଷ୍ଟ ପାର୍ଟି ଏବଂ  ପିପୁଲ୍ସ ଲିବରେସନ୍ ଆର୍ମି ବର୍ତ୍ତମାନ ମସ୍ତିଷ୍କ ଉପରେ ଆକ୍ରମଣ କିମ୍ବା ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା ଆରମ୍ଭ କରିଛି । ଯୋଜନା ଅନୁଯାଇ ମଣିଷ ତଥା ଅନ୍ୟ ସ୍ତନ୍ୟପ୍ରାଇ ପ୍ରାଣୀମାନଙ୍କର ମସ୍ତିଷ୍କ ଊପରେ ଆକ୍ରମଣ କରିବା ପାଇଁ ଅସ୍ତ୍ରଶସ୍ତ୍ରକୁ ବିକାଶ କରିବାରେ ଊଭଯ କମୁନିଷ୍ଟ ପାର୍ଟି ଓ ଲିବେରେସନ ଆର୍ମୀ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହି ଅସ୍ତ୍ର ସମଗ୍ର ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ବିରୁଦ୍ଧରେ ପ୍ରଇଓଗୋ କରିବାକୁ ମୂଳ ରଣନୀତିର ଏକ ଅଂଶ ବୋଲି କୁହାଯାଊଛି ।

ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଏହି ଅସ୍ତ୍ର ମାଇକ୍ରୋୱେଭ୍ କିମ୍ବା ହ୍ୟାଣ୍ଡହେଲ୍ଡ ବନ୍ଧୁକ ଜରିଆରେ କିମ୍ବା ବିଦ୍ୟୁତ୍-ଚୁମ୍ବକୀୟ ସ୍ପେକ୍ଟ୍ରମ ପରି ଷ୍ଟାଣ୍ଡାଲୋନ୍ ପ୍ଲାଟଫର୍ମ ମାଧ୍ୟମରେ ଶକ୍ତି ଅସ୍ତ୍ର ବ୍ୟବହାର କରି ମସ୍ତିଷ୍କକୁ ନିୟନ୍ତ୍ରଣ କରିବ।

‘ନ୍ୟୁରୋଷ୍ଟ୍ରିକ୍’ ଅସ୍ତ୍ର କ’ଣ?

ମ୍ୟାକକ୍ରାଇଟ୍ଙ୍କ ଅନୁଯାୟୀ, ‘ନ୍ୟୁରୋଷ୍ଟ୍ରାଇକ୍’  ସାଧାରଣ ନାଗରିକଙ୍କ ସ୍ନାୟୁକୁ ଦୂର୍ବଳ କରିଦେବା ସହ ଜ୍ଞାନକୁ ଦୁର୍ବଳ କରିବା, ସ୍ଥିତିଗତ ସଚେତନତା ହ୍ରାସ କରିବା, ଦୀର୍ଘସ୍ଥାୟୀ ସ୍ନାୟୁଗତ ଅବକ୍ଷୟ ଆଦି କାର୍ଯ୍ୟ କରିବା ପାଇଁ ପୃଥକ ଅଣ-ଗତିଜ ଜ୍ଞାନକୌଶଳ ବ୍ୟବହାର କରି ଇଞ୍ଜିନିୟରିଂ ଟାର୍ଗେଟକୁ ବୁଝାଇଥାଏ ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ‘ନ୍ୟୁରୋଷ୍ଟ୍ରାଇକ୍’ କୁ ବା ଯୁଦ୍ଧକୁ ଆମେରିକା ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଏହାର ଅସୀମିତ ରଣନୀତିର ମୂଳ ଉପାଦାନ ଭାବରେ ଦେଖୁଛି । ଏହା ଯୁଦ୍ଧର ଏକ ଅଂଶ ଏବଂ ଏକ ଚରମ ପରିସ୍ଥିତିରେ ବ୍ୟବହୃତ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ।   

ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଅସ୍ତ୍ରଶସ୍ତ୍ରର ବ୍ୟବହାର ବେଜିଂର ରଣନୈତିକ ଚିନ୍ତାଧାରାର ଏକ ମୌଳିକ ପାର୍ଥକ୍ୟକୁ ପ୍ରତିପାଦିତ କରୁଛି । ଦକ୍ଷିଣ ଚୀନ୍ ସାଗର, ପୂର୍ବ ଚୀନ୍ ସାଗର, ତାଇୱାନ୍ ଷ୍ଟ୍ରେଟ୍ ଏବଂ ସିନୋ-ଭାରତୀୟ ସୀମାରେ ଚୀନ୍ ସାମରିକ କାର୍ଯ୍ୟକଳାପରେ ୨୦୨୦ ଏବଂ ୨୦୨୧ ମସିହାରେ କୋଭିଡ୍ -୧୯ ରୂପୀ ମହାମରୀ ତୀବ୍ର ବେଗରେର   ସମଗ୍ର ବିଶ୍ୱକୁ ମାଡି ଯାଇଥିଲା।

ଯଦି ଏହିପରି ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ ତେବେ କ’ଣ ହେବ?

ଏଭଳି ପରିସ୍ଥିତିରେ ଯଦି ଏହି ଅସ୍ତ୍ର ପ୍ରଯ଼ୋଗ କରାଯାଏ ତେବେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ତାଇୱାନ ପରି ଏକ ଭୂଭାଗ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିବାରେ ସକ୍ଷମ ହେବ, ସେହିଭଳି ଏହା ଆମେରିକୀୟ ରଣନୀତିକ ବିକଳ୍ପକୁ ଏକାସାଙ୍ଗରେ ଧୂଳିସାତ କରିଦେବାକୁ ଏହା ଏକ ଯୋଜନା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ଅସ୍ତ୍ର ଆମେରିକାର ଅତ୍ୟଧିକ ପାରମ୍ପାରିକ ଶ୍ରେଷ୍ଠତାକୁ କ୍ଷୁର୍ଣ୍ଣ କରିଦେବ ବୋଲି କୁହାଯାଊଛି ।

Leave a Reply

Your email address will not be published. Required fields are marked *