ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସହ ଭେଦଭାବ ଅଭିଯୋଗ

Spread the love

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ସହ ପାତରଅନ୍ତର। ଆମେରିକାରେ ଆଇଟି କ୍ଷେତ୍ରର ବଡ କମ୍ପାନୀଗୁଡିକ ମଧ୍ୟରୁ ଇଫୋସିସରେ  ମୂଳ ଭାରତୀୟଙ୍କ ସହ ଭେଦଭାବ ହେଉଛି। ଗତବର୍ଷ ଇଫୋସିସରେ କାମ କରୁଥିବା ଜଣେ କର୍ମଚାରୀ କମ୍ପାନୀରେ ଭାରତୀୟଙ୍କ ଭର୍ତ୍ତି ପ୍ରକ୍ରିୟାରେ ଭେଦଭାବ ହେଉଥିବା ଅଭିଯୋଗ ଆଣିଥିଲେ।

ଏହି ଅଭିଯୋଗକୁ ମଧ୍ୟ ସତ୍ୟ ପ୍ରମାଣିତ କରିଛି କମ୍ପାନୀର ଟ୍ୟାଲେଣ୍ଟ ଏକ୍ୟୁଜେସନ ଡିପାର୍ଟମେଣ୍ଟର ପୂର୍ବତନ ଭାଇସପ୍ରେସିଡେଣ୍ଟ ଜିଲ ପ୍ରେଜିନଙ୍କ ବୟାନ।  କମ୍ପାନୀରେ ଭାରତୀୟଙ୍କ ପ୍ରତି ହେଉଥିବା ଭେଦଭାବ ଉପରେ ସେ କହିଛନ୍ତି କି, ତାଙ୍କ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି, ଯେଉଁ ମୂଳ ଭାରତୀୟ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବ ଓ ତାଙ୍କ ସହ ତାଙ୍କ ପିଲା ଥିବେ ସେମାନଙ୍କୁ ଭର୍ତ୍ତି ପ୍ରକ୍ରିୟାରେ ଅଣଦେଖା କରିବେ।

ଜିଲ ନ୍ୟୁୟର୍କର ଦକ୍ଷିଣ ଜିଲ୍ଲାର ୟୁନାଇଟେଡ ଷ୍ଟେଟ୍ସ ଡିଷ୍ଟ୍ରିକ୍ଟ କୋର୍ଟରେ ମଧ୍ୟ ଏହି କଥା ସ୍ବୀକାର କରିଛନ୍ତି। କମ୍ପାନୀ ପକ୍ଷରୁ  ଲିଙ୍ଗ, ବୟସ ଓ ରାଷ୍ଟ୍ରୀୟତାକୁ ନେଇ  ମିଳିଥିବା ନିର୍ଦ୍ଦେଶ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି ଜିଲ। ୨୦୧୮ରେ କମ୍ପାନୀର ଏହି କଲ୍ଚରକୁ ବଦଳାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ମତେ ଆକ୍ରୋଶର ସମ୍ମୁଖୀନ ହେବାକୁ  ହୋଇଥିଲା।

ଜିଲଙ୍କ ବିରୋଧରେ ଇମ୍ଫୋସିସ ଏକ ପ୍ରସ୍ତାବ ଦାୟର କରିଛି। ଏଥିରେ ଜିଲଙ୍କ ମକଦମାକୁ ଖାରିଜ କରିବାକୁ ଅପିଲ କରାଯାଇଛି।  ସେ କମ୍ପାନୀର ନିୟମର ଉଲ୍ଲଙ୍ଘନ କରି ଥିବାରୁ ତାଙ୍କୁ ଚାକିରିରୁ ହଟାଯାଇଛି ତେଣୁ ତାଙ୍କ ଅପିଲ ଖାରଜ କରିବାକୁ କମ୍ପାନୀ କୋର୍ଟଙ୍କ ଜଣାଇଛି। କିନ୍ତୁ କୋର୍ଟ ଏହାର ଅଗ୍ରାହ୍ୟ କରି କମ୍ପାନୀକୁ ୨୧ ଦିନ ଭିତରେ ଅଭିଯୋଗ ଉପରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *