ପ୍ରଧାନମନ୍ତ୍ରୀଙ୍କ ସହିତ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ପ୍ରଫେସର ନିକୋଲାସ ତାଲେବଙ୍କ ବୈଠକ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନ୍ୟୁୟର୍କରେ ବିଶିଷ୍ଟ ଆମେରିକୀୟ ଗଣିତ ପରିସଂଖ୍ୟାନବିତ୍, ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ଲେଖକ ପ୍ରଫେସର ନିକୋଲାସ୍ ତାଲେବଙ୍କୁ ଭେଟିଥିଲେ ।

ବୁଦ୍ଧିଜୀବୀ ଭାବରେ ତାଙ୍କର ସଫଳତା ତଥା ଲୋକପ୍ରିୟ ଆଲୋଚନାରେ ବିପଦ ଏବଂ ଦୁର୍ବଳତାର ଜଟିଳ ଚିନ୍ତାଧାରା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଫେସର ତାଲେବଙ୍କୁ ପ୍ରଶଂସା କରିଥିଲେ ।

ପ୍ରଫେସର ତାଲେବଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଭାରତର ଯୁବ ଉଦ୍ୟୋଗୀଙ୍କ ରିସ୍କ ଗ୍ରହଣ କ୍ଷମତା ଏବଂ ଭାରତରେ ବଢୁଥିବା ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।

Leave a Reply

Your email address will not be published. Required fields are marked *