ଡରାଇଲାଣି ଡିଙ୍ଗା ଡିଙ୍ଗା ଭାଇରସ୍

ଚିନ୍ତା ବଢାଇଲାଣି ଡିଙ୍ଗା-ଡିଙ୍ଗା ଭାଇରସ । ବିଶ୍ବରେ ବ୍ୟାପୁଛି ଏହି ନୂଆ ଭାଇରସ। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଯାହାର ଅର୍ଥ ହେଉଛି’ ନୃତ୍ୟ ପରି ଗତି କରିବା ‘। ଏହି ରହସ୍ୟମୟ ରୋଗ ମୁଖ୍ୟତ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଛି। କରୋନା ମହାମାରୀ ପରେ ପୁଣି ଏହି ନୂଆ ଭାଇରସ୍ ସମଗ୍ର ବିଶ୍ୱକୁ ଆତଙ୍କିତ କରିଲାଣି । ରୋଗୀ ଏଥିରେ ସଂକ୍ରମିତ ହେବା ପରେ ନାଚୁଥିବାର ଦେଖାଯାଉଛି, ସେ ବି ପୁଣି ଅଚେତ୍ ଅବସ୍ଥାରେ। ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଲକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସାରା ଦେଶରେ ଏହି ରୋଗ ଏବଂ ଏହାର ସଂକ୍ରମଣ ଚିନ୍ତାର ବିଷୟ ପାଲଟିଛି। ଏହି ଭାଇରସର ଇନଫେକ୍ସନରେ ବର୍ତ୍ତମାନ ୪୦୦ରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଅଧିକ ମହିଳା ରହିଛନ୍ତି । ରୋଗର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଇନଫ୍ଲୁଏଂଜା, ସିଓଭିଆଇଡି-୧୯, ମ୍ୟାଲେରିଆ ଭଳି ଏହା ଏକ ସଂକ୍ରାମକ ରୋଗ ବୋଲି ଅନୁମାନ କରାଯାଉଛି। ଉଗାଣ୍ଡା ନିକଟରେ ଥିବା କଙ୍ଗୋ ଦେଶରେ ଏକ ଅଜବ ରୋଗ ବ୍ୟାପୁଛି । ଏହି କାରଣରୁ ଲୋକମାନେ ଜ୍ୱର, ମୁଣ୍ଡବିନ୍ଧା, କାଶ, ନାକ ଚାଲିବା ଏବଂ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଅନୁଭବ କରୁଛନ୍ତି । କଙ୍ଗୋରେ ୪୦୦ ରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଛନ୍ତି । ଏହି ରହସ୍ୟମୟ ରୋଗ ୩୦ ଜଣଙ୍କ ଜୀବନ ନେଇଛି । ରୋଗକୁ ରୋକିବା ପାଇଁ ଆବଶ୍ୟକୀୟ ଓୗଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି। ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଂଟିବାୟୋଟିକ ଦେଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କିୟାତା କ୍ରିଷ୍ଟିଫୋର କହିଛନ୍ତି । ଡିଙ୍ଗା ଡିଙ୍ଗାର ପ୍ରାରମ୍ଭିକ ଲକ୍ଷଣ ବିଷୟରେ କହିବାକୁ ଗଲେ ରୋଗୀକୁ ପ୍ରଥମେ ଭୀଷଣ ଜ୍ୱର ହେବା ସହ କମ୍ପ ଆସୁଛି । ଶରୀର ଅତିଶୟ କମ୍ପିତ ହେଉଥିବାରୁ ଚାଲିବା ମଧ୍ୟ କଷ୍ଟକର ହୋଇଯାଉଛି । ତେବେ ଡିଙ୍ଗା ଡିଙ୍ଗା ରୋଗ କେବଳ ଉଗାଣ୍ଡାର ବୁଣ୍ଡିବାଗୋରେ ବ୍ୟାପିଛି । ଆଖପାଖ ଅଞ୍ଚଳରେ ଏହି ରୋଗର କୌଣସି ପ୍ରମାଣ ମିଳିନାହିଁ । ରିପୋର୍ଟ ଅନୁସାରେ, ଡିଙ୍ଗା ଡିଙ୍ଗା ଦ୍ୱାରା ପ୍ରଭାବିତ ରୋଗୀମାନେ ଏକ ସପ୍ତାହ ମଧ୍ୟରେ ସୁସ୍ଥ ହେଉଛନ୍ତି । ତେବେ ଏହି ରୋଗ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *