ମସଜିଦ ଉପରେ ଗୁଳିମାଡ: ୧୨ ମୃତ

Spread the love

ନୂଆଦିଲ୍ଲୀ: ନାଇଜେରିଆର ଏକ ମସ୍ଜିଦ ଉପରେ ଆଖିବୁଜା ଗୁଳିମାଡ। କିଛି ଗନମ୍ୟାନ ମସଜିଦ ଉପରେ ଗୁଳିମାଡ କରିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀ କିଛି ଲୋକଙ୍କୁ ମଧ୍ୟ ଅପହରଣ କରି ନେଇଛନ୍ତି। ଏହି ଆକ୍ରମଣ ବେଣ୍ଡିଟ ନାମକ ସଂଗଠନ ଦ୍ବାରା କରାଯାଇଥିବା ସୂଚନା ରହିଛି। ସେପଟେ ଅପହରଣ ପରେ ଅପହୃତଙ୍କ ପରିବାରକୁ ଟଙ୍କା ମଗାଯାଇଛି।

ରବିବାର ରାତିରେ ମେଗାମଜି ମସ୍‌ଜିଦକୁ ଲୋକେ ନମାଜ ପାଠ କରିବାକୁ ଆସିଥିବା ବେଳେ କିଛି ଲୋକ ଗୁଳିମାଡ କରିଦେଇଥିଲେ। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ମସ୍‌ଜିଦର ଇମାମଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଗୁଳିମାଡ ପରେ ଲୋକେ ପ୍ରାଣ ବିକଳରେ ଧାଁ ଦୌଡ କରୁଥିବା ବେଳେ ଆକ୍ରମଣକାରୀମାନେ କିଛି ଲୋକଙ୍କୁ ଅପହରଣ କରି ନେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ସୂଚନା ମିଳିଛି।

ଏନେଇ କେଟସିନା ରାଜ୍ୟର ପୁଲିସ ପ୍ରବକ୍ତା ଗୈମ୍ବୋ ଇସାହ  କହିଛନ୍ତି କି, ସ୍ଥାନୀୟ ଲୋକ କିଛି ଲୋକଙ୍କୁ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି। କୈଟସିନା ନାଇଜେରିଆର ଉତ୍ତର ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ। ଏହି ଆକ୍ରମଣ ଡାକୁଙ୍କ ଦ୍ବାରା ହୋଇଥିବା ସନ୍ଦେହ କରାଯାଉଥିବା କହିଛନ୍ତି ପୁଲିସ ପ୍ରବକ୍ତା।

Leave a Reply

Your email address will not be published. Required fields are marked *