ଫୁଟବଲ ମ୍ୟାଚରେ ହିଂସାକାଣ୍ଡ

ଫୁଟବଲ ମ୍ୟାଚରେ ହିଂସାକାଣ୍ଡ । ପଡିଆ ପାଲଟିଲା ଋଣକ୍ଷେତ୍ର । ରେଫରୀୟଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ଫ୍ୟାନ୍ସଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଦେଖିବାକି ମିଳିଥିଲା । ଆଫ୍ରିକୀୟ ଦେଶ ଗିନିରେ ଫୁଟବଲ ମ୍ୟାଚ ଚାଲିଥିବାବେଳେ ହିଂସାକାଣ୍ଡ ଘଟିଛି । ରବିବାର ଗିନିଆ ଜିରିକୋରେ ଏକ ଫୁଟବଲ ଚାଲିଥିଲା । ମ୍ୟାଚ ବେଳେ ରେଫରୀୟଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ହଠାତ ଗ୍ୟାଲେରିରେ ଉପସ୍ଥିତ ଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହାପରୋ ଉତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶିଆସିଥିଲେ । ସଙ୍ଗେ ସଙ୍ଗେ ଅଣାୟତ୍ତ ହୋଇପଡିଥିଲା ସ୍ଥିତି । ଆରମ୍ଭ ହୋଇଯାଇଥିଲା ଭୟଙ୍କର ସଂଘର୍ଷ । ଏପରିକି କ୍ରୋଧିତ ଲୋକମାନେ ଜିରିକୋରେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *