ଭର୍ଜିନିଆ ଗନ ଫାୟାରିଂରେ ୧୦ ମୃତ

Spread the love

ଭର୍ଜିନିଆ: ଆମେରିକାରେ ପୁଣି ଗନ ଫାୟାରିଂ। ଭର୍ଜିନିଆର ସାମ୍‌ସ ସର୍କଲରେ ଥିବା ୱାଲମାର୍ଟ ଡିପାର୍ଟମେଣ୍ଟ ଷ୍ଟୋରରେ ହୋଇଛି ଗୁଳିମାଡ। ଗୁଳିମାଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳିମାଡ କରିଥିବା ଆତତାୟୀ ମଧ୍ୟ ଏଥିରେ ମୃତ୍ୟୁବରଣ କରିଥିବା ସୂଚନା ଦେଇଛି ପୁଲିସ। ଚେସାପିକ  ପୁଲିସ ସ୍ପଷ୍ଟ କରିଛି କି, ୱାଲମାର୍ଟର ସାମ୍ସ ସର୍କଲରେ ଗୁଳିମାଡ ହୋଇଛି ଓ ଏଥିରେ ସୁଟର ମୃତ୍ୟୁ ହୋଇଛି।

ଡିପାର୍ଟମେଣ୍ଟ ଷ୍ଟୋରରେ ଗଣ ଗୁଳିମାଡ ହୋଇଥିଲା। ଗୁଳିମାଡ ପରେ ସୂଚନା ପାଇ ବହୁ ପୁଲିସ କାର ଘଟଣାସ୍ଥଳରେ ପହଞ୍ଚିବାର ଭିଡିଓ ଷ୍ଟୋରର କର୍ମଚାରୀଙ୍କ ଦ୍ବାରା ପଦାକୁ ଆସିଥିଲା। ଭର୍ଜିନିଆ ଷ୍ଟେସ ସିନେଟର ଲୁଇସ ଲକାସ ଟ୍ବିଟ କରି କହିଛନ୍ତି କି, ଚେସାପିକେର ୱାଲମାର୍ଟରେ ଗଣ ଗୁଳିମାଡ ପରି ଏକ ହୃଦୟବିଦାରକ ଘଟଣା ଘଟିଛି ଆଜି ରାତିରେ। ଦେଶରେ ଚାଲିଥିବା ଗନ ଫାୟାର ପରି ମହାମାରୀକୁ ଆମ ଦେଶରେ ବନ୍ଦ ନକରିବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ଶୋଇ ପାରିବି ନାହିଁ। ଏହି ଗୁଳିମାଡ ହିଂସାରେ ଦେଶରେ ବହୁ ଲୋକ ଜୀବନ ଦେଲେଣି ବୋଲି ଲୁକାସ କହିଛନ୍ତି।

Leave a Reply

Your email address will not be published. Required fields are marked *