ଦୀର୍ଘ ୨୭ ବର୍ଷ ପରେ ୟୁଏଇରେ ଭୟଙ୍କର ବର୍ଷା

Spread the love

ସଂଯୁକ୍ତ ଆରବିକ ସାମ୍ରାଜ୍ୟ ବା ୟୁଏଇରେ ଭୟଙ୍କର ବର୍ଷା। ଦୀର୍ଘ ୨୭ ବର୍ଷ ପରେ ଏପରି ବର୍ଷା ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା ଯୋଗୁ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ବହୁ ଘର ପାଣି ଘେରରେ ରହିଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି। ଫଳରେ ଶାରଜାହା, ରସଅଲଖେମାହ ଏବଂ ଫୁଜାରାହା ପରି ଅଞ୍ଚଳ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଯୋଗୁ କାରଗୁଡିକ ଅଟକି ରହିଛି।

ସେପଟେ ଲୋକମାନଙ୍କୁ ଘରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଦୁଇ ଦିନର ଲଗାଣ ବର୍ଷା ଯୋଗୁ ଅନେକ କ୍ଷୟକ୍ଷତି ହେବା ସହ ପୂର୍ବ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଦେଶର ପୂର୍ବ ଅଞ୍ଚଳକୁ ନ ଯିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛି ଶାରଜାହା ପୋଲିସ। ଏହାସହ କିଛି ଅଞ୍ଚଳକୁ ରେଡ ଆଲର୍ଟ ଜାରି କରିଛି ନ୍ୟାସନାଲ ସେଣ୍ଟର ଫର ମେଟ୍ରୋଲୋଜି। ସେନାବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *