ଭୟଙ୍କର ହେଉଛି ହିଜବୁଲ୍ଲା-ଇସ୍ରାଏଲ ଯୁଦ୍ଧ

ଭୟଙ୍କର ହେଉଛି ହିଜବୁଲ୍ଲା-ଇସ୍ରାଏଲ ଯୁଦ୍ଧ। ଇସ୍ରାଏଲର ଘନଘନ ଆକ୍ରମଣରେ ୪୯୨ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୧୬ଶହରୁ ଅଧିକ ଆହତ ହୋଇଛନ୍ତି । ଲେବାନନ ଉପରେ ଷ୍ଟ୍ରାଇକ ଯୋଗୁ ଉତ୍ତେଜନା ବଢୁଥିବାରୁ ଇସ୍ରାଏଲ ଷ୍ଟେଟ ଅଫ ଏମର୍ଜେନସୀ ଘୋଷଣା କରିଛି । ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଅଧିକ ରକେଟ ମାଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ଯାଏ ସାରା ଇସ୍ରାଏଲରେ ଏମର୍ଜେନସୀ ଜାରି କରାଯାଇଛି । ଲେବାନନ ଉପରେ ଇସ୍ରାଏଲ ପଞ୍ଚମ ପର୍ଯ୍ୟାୟ ଆକ୍ରମଣ କରିଛି । ହିଜବୁଲ୍ଲା ବିରୋଧରେ ଗ୍ରାଉଣ୍ଡ ଅଫରେସନ ପାଇଁ ଇସ୍ରାଏଲ ପ୍ରସ୍ତୁତ କହିଛି । ହିଜବୁଲ୍ଲାର ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରୁଛି ଆଇଡିଏଫ । ଏହାରି ଭିତରେ ହିଜବୁଲ୍ଲାର ଅର୍ଦ୍ଧାଧିକ ମିସାଇଲ ଦକ୍ଷତା ଧ୍ବଂସ ପାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *