୯୦ହଜାରଙ୍କ ଆଇସୋଲେସନ ପାଇଁ କ୍ବାରେଣ୍ଟିନ ସେଣ୍ଟର କରିଛି ଚୀନ

Spread the love

ବେଜିଂ: ପୂର୍ବରୁ ପ୍ରମାଣିତ ହୋଇସାରିଛି, ଚୀନ ଛିଙ୍କିଦେଲେ ସାରା ବିଶ୍ବ ସଂକ୍ରମିତ ହୋଇଗଲା କରୋନାରେ। ବର୍ତ୍ତମାନ ମଧ୍ୟ ସମାନ ସ୍ଥିତି ଉପୁଜିବାକୁ ଯାଉଛି। ଗତ ସପ୍ତାହରୁ ଦେଶରେ ଦୈନିକ ହଜାରହଜାର କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି। ସଦ୍ୟତମ ୪୦ ହଜାର ୫୨ ଲୋକ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି। ବର୍ତ୍ତମାନ

ଚୀନରେ କୋଭିଡ ପୁଣି ଉତ୍କଟ ରୂପ ନେଇଛି ଓ ଆଗକୁ ଏହା ଅନ୍ୟ ଦେଶକୁ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଚୀନ ସରକାର କୋଭିଡକୁ ନିୟନ୍ତ୍ରଣ କରିବାକୁ ଜିରୋ କୋଭିଡ ପଲିସି ଆପଣେଇଛି। ଯେଉଁଠୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ କ୍ବାରେଣ୍ଟିନ, ଲକଡାଉନ ଜାରି କରାଯାଇଛି, ହେଲେ ସଂକ୍ରମଣ ଥମିବାର ନାମ ନେଉ ନାହିଁ। ବର୍ତ୍ତମାନ ଚୀନରେ ପୁଣି ଓମିକ୍ରନର ଷ୍ଟ୍ରେନ ସଂକ୍ରମଣ ପୁଣି ବିଶ୍ବର ଅନ୍ୟଦେଶମାନଙ୍କ ଚିନ୍ତାର କାରଣ ହେଲାଣି।

ଡ୍ରାଗନ ସରକାର ପକ୍ଷରୁ କୋଭିଡ ବିରୋଧରେ ଯୁଦ୍ଧ ଜାରି ରଖିଛି। ଗୁଆଞ୍ଝୁଓରେ ସର୍ବବୃହତ୍ତ କ୍ବାରେଣ୍ଟିନ କ୍ୟାମ୍ପ ତିଆରି କରାଯାଇଛି। ସେଠାରେ ଏକକାଳୀନ ୯୦ହଜାର ଲୋକଙ୍କୁ ଆଇସୋଲେସନରେ ରଖିବାର ବ୍ୟବସ୍ଥା କରାଯାଇଛି।

ସେପଟେ, ସରକାରର ଲକଡାଉନ ଓ ସଟଡାଉନକୁ ନେଇ ଅତିଷ୍ଠ ଚୀନବାସୀ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ବିକ୍ଷୋଭ, ପ୍ରଦର୍ଶନ କରାଯାଇଛି।

Leave a Reply

Your email address will not be published. Required fields are marked *