ଆମେରିକାରେ ମୂଳ ଭାରତୀୟ ଡାକ୍ତରଙ୍କୁ ଜେଲ ଦଣ୍ଡାଦେଶ

Spread the love

ୱାସିଂଟନ: ଆମେରିକାର ଫେଡେରାଲ ଆଇନରେ ଜଣେ ଭାରତୀୟ ଆମେରିକୀୟଙ୍କୁ  ନ୍ୟୁରୋସର୍ଜନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ମେରୁଦଣ୍ଡ ଅସ୍ତ୍ରୋପଚାର ପାଇଁ ଏହି ଡାକ୍ତର ୩.୩ ମିଲିୟନ ଡଲାର ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ କାରାଦଣ୍ଡ ଆଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ।

ସାନ ଡିଗୋରେ ବାସ କରୁଥିବା ଏହି ୫୫ ବର୍ଷୀୟ ଭାରତୀୟ ଆମେରିକୀୟଙ୍କୁ  ନ୍ୟୁରୋସର୍ଜନ ଲୋକେଶ ଏସ ତଣ୍ଟୁୱାୟାଙ୍କୁ ୟୁଏସ ଜିଲ୍ଲା ଜଜ ସୋସେଫିନ ଏଲ ଷ୍ଟାଟୋନ ଡାକ୍ତରଙ୍କ ଦ୍ବାରା ସଂଗୃହୀତ ଅବୈଧ ଅର୍ଥକୁ ଜବତ କରିବା ସହ ତାଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

ସାନ ଡିଗୋରେ ଥିବା ହସ୍ପିଟାଲରେ ଏହି ମୂଳ ଭାରତୀୟ ଡାକ୍ତରଙ୍କର ବେଶ ନାମ ରହିଛି। ଏହା ସତ୍ତ୍ବେ ସ୍ବାର୍ଥ ସାଧନ ପାଇଁ ସେ ବହୁ ରୋଗୀଙ୍କୁ ବିଭିନ୍ନ ରାଜ୍ୟ ଓ ସାନଡିଗୋ ଦେଶର ଲୋକଙ୍‌କୁ ପାସିଫିକ ହସ୍ପିଟାଲକୁ ଯିବାକୁ ପ୍ରବର୍ତ୍ତାଇଥାନ୍ତି। ଏହି ଡାକ୍ତରଙ୍କ ଖ୍ୟାତି ବହୁତ ରହିଥିବାରୁ ମେରୁଦଣ୍ଡ ଜନିତ ରୋଗରେ ପୀଡିତ ସତ୍ତ୍ବେ ବହୁ ରୋଗୀ ଦୀର୍ଘ ପଥ ଯାତ୍ରା କରି ତାଙ୍କ ନିକଟକୁ ଆସିଥାନ୍ତି। ତେବେ ଡାକ୍ତରଙ୍କ ଏପରି ଲାଭଖୋର ମନୋବୃତ୍ତି ପାଇଁ ବହୁ ରୋଗୀ ବିଭିନ୍ନ ସାଂଘାତିକ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବା ନେଇ ଅଭିଯୋଗ ଆସିଥିଲା।

ସେପ୍ଟେମ୍ବର ୧ ତାରିଖରେ ଡାକ୍ତରଙ୍କ ବିରୋଧରେ ଆସିଥିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମେ ୨୦୨୧ରେ ତାଙ୍କୁ ପୁଲିସ ହାଜତକୁ ନିଆଯାଇଥିଲା। ୨୦୧୦ରୁ ୨୦୧୩ ମଧ୍ୟରେ ଲଙ୍ଗ ବିଚସ୍ଥିତି  ପାସିଫିକ ହସ୍ପିଟାଲର ମାଲିକ ମିଚେଲ ଡ୍ରୋବୋଟଙ୍କ ଠାରୁ ଡାକ୍ତର ଲାଞ୍ଚ ଅର୍ଥ ନେଇ ହସ୍ପିଟାଲରେ ମେରୁଦଣ୍ଡ ଜନିତ ଅସ୍ତ୍ରୋପଚାର କରାଉଥିଲେ।

Leave a Reply

Your email address will not be published. Required fields are marked *