ସାନ୍ ଫ୍ରାଂସିସ୍କୋରେ ଖାଲିସ୍ତାନ ସମର୍ଥକମାନେ ଭାରତୀୟ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇଲେ : ଘଟଣାକୁ କଡ଼ା ନିନ୍ଦା କଲା ଆମେରିକା ବୈଦେଶିକ ବିଭାଗ

Spread the love

ସାନ୍ ଫ୍ରାଂସିସ୍କୋ : ଖାଲିସ୍ତାନ ସମର୍ଥକ ମାନେ ଏଠାରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇଛନ୍ତି । ସ୍ଥାନୀୟ ଅଗ୍ନିଶମ ବିଭାଗର ପ୍ରଚେଷ୍ଟାରେ କୋଠା ସୁରକ୍ଷିତ ରହିଛି ।

ସାନ୍ ଫ୍ରାଂସିସ୍କୋ ଔପଚାରିକ ଭାବେ ସଂଯୁକ୍ତ ରାଜ୍ୟ ଆମେରିକାର କାଲିଫୋର୍ନିଆ ରାଜ୍ୟର ପ୍ରମୁଖ ସାଂସ୍କୃତିକ ଏବଂ ବାଣିଜ୍ୟିକ କେନ୍ଦ୍ର ଅଟେ । ଖାଲିସ୍ତାନ ସମର୍ଥକ ମାନେ ୨ ଜୁଲାଇରେ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡରେ ସେଭଳି କିଛି ବଡ ଧରଣର କ୍ଷୟକ୍ଷତି ହୋଇନାହିଁ କିମ୍ବା କୌଣସି କର୍ମଚାରୀ ମୃତାହତ ହୋଇନଥିବା ଜଣାପଡିଛି । କିଛି ଘଣ୍ଟାର କସରତ ପରେ ନିଆଁକୁ ଆୟତ କରିଥିଲେ ଅଗ୍ନିଶମ କର୍ମଚାରୀ । ସ୍ଥାନୀୟ, ରାଜ୍ୟ ଏବଂ ସଂଘୀୟ ଅଧିକାରୀ ମାନଙ୍କୁ ଏନେଇ ସୂଚନା ଦିଆଯାଇଛି । ଆମେରିକାର ବୈଦେଶିକ ବିଭାଗ ଘଟଣାକୁ କଡ଼ା ନିନ୍ଦା କରିଛି । ସାନ୍ ଫ୍ରାଂସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ୫ ମାସ ମଧ୍ୟରେ ଏହା ଦ୍ଵିତୀୟ ଆକ୍ରମଣ । ସ୍ଥାନୀୟ ସମୟ ଅନୁସାରେ ରବିବାର ସକାଳ ପ୍ରାୟ ୧୦ଟା ୩୦ ସମୟରେ ଖାଲିସ୍ତାନ ସମର୍ଥନ ମାନେ ଦୂତାବାସର କୋଠାରେ ନିଆଁ ଲଗାଇ ଥିଲେ ।

Leave a Reply

Your email address will not be published. Required fields are marked *