୧ ଲକ୍ଷରୁ ଅଧିକ ଅସରପା ରଖି ମହିଳା ଗିରଫ

Spread the love

ୱାସିଂଟନ: ଆମେରିକାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଘରେ ପ୍ରାୟ ଏକ ଲକ୍ଷ ଅସରପା ରଖିଥିଲେ। ଏହା ବ୍ୟତୀତ ତାଙ୍କ ଘରୁ ପ୍ରାୟ ୩୦୦ ଜୀବଙ୍କୁ ଉଦ୍ଧାର କରାଯାଇଛି। ଏହି ଜୀବଙ୍କ ମଧ୍ୟରେ ଠେକୁଆ, ବିଭିନ୍ନ ପ୍ରଜାତିର ପକ୍ଷୀ, କଇଁଛ, ସାପ, ବିଲେଇ ରହିଛନ୍ତି। ମହିଳାଙ୍କ ଘରୁ ଏତେ ସଂଖ୍ୟାରେ ଓ ଏତେ ପ୍ରଜାତିର ଜୀବଜନ୍ତୁଙ୍କୁ ଠାବ କରି ପୁଲିସ ରହିଯାଇଥିଲା ହକ୍କାବକ୍କା।

୫୧ ବର୍ଷୀୟା ଆମେରିକୀୟ ମହିଳା କୈରିନ କିଜ ଜଣେ ସମାଜସେବୀ ଭାବେ ପରିଚିତ। ଲୋକେ ତାଙ୍କ ସ୍ନୋ ହ୍ବାଇଟ ନାମରେ ନାମିତ କରିଛନ୍ତି। ତାଙ୍କ ପଶୁପକ୍ଷୀ ବହୁତ ପସନ୍ଦ। ତେଣୁ ନିଜ ଘରେ ସେ ଜୀବଜନ୍ତୁଙ୍କୁ ରଖିଥିଲେ। ତେବେ ଏକ ଲକ୍ଷରୁ ଅଧିକ ଅସରପା କାହିଁ ରଖା ଯାଇଥିଲା ସେ ସମ୍ପର୍କରେ ସେ କହିଥିଲେ, ସେ ଅସରପା ମାରିବାକୁ ଚାହୁଁ ନ ଥିଲେ। ତେଣୁ ନିଜ ଘରେ  ସେସବୁକୁ ସୁରକ୍ଷିତ ରଖିଥିଲେ। କିନ୍ତୁ ତାଙ୍କ କ୍ଲିନିକକୁ ଆସୁଥିବା ଜଣେ ରୋଗୀ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ କି, ସେ ବହୁ ସଂଖ୍ୟାରେ ଜୀବଜନ୍ତୁ ପାଳିଛନ୍ତି।

ମହିଳାଙ୍କ ଅଭିଯୋଗ ଥିଲା କି, ସେ କୌରିନ ଜଣେ ଡାକ୍ତର। ତାଙ୍କ କ୍ଲିନିକକୁ ଚିକିତ୍ସା ପାଇଁ ଯାଇଥାନ୍ତି। କିନ୍ତୁ କ୍ଲିନିକକୁ ଯିବା ବେଳେ ତାଙ୍କ ଘରୁ ଅତ୍ୟନ୍ତ ଦୁର୍ଗନ୍ଧ ବାହାରି ଥାଏ, ଯାହା ତାଙ୍କ ପାଇଁ ଅସହ୍ୟ ହୋଇଥାଏ। ସେ ତାଙ୍କ ଘରେ ବହୁ ପ୍ରଜାତିର ଜୀବ ରଖିଛନ୍ତି, ଯେଉଁମାନଙ୍କ ମଳ ପରିବେଶ ଦୂଷିତ କରୁଛି।

ଅଭିଯୋଗ ଆଧାରରେ ପୁଲିସ ତାଙ୍କ ଘରର ଖାନତଲାସି କରିବା ବେଳେ ଚକିତ ରହିଯାଇଥିଲା। ୩୦୦ରୁ ଅଧିକ ଜୀବ ମିଳିଥିଲା। ଏହା ବ୍ୟତୀତ ଏକ ଲକ୍ଷରୁ ଅଧିକ ଅସରପା ଲୁଚାଇ ରଖିଥିଲେ କୈରିନ। ସେହି ସବୁ ଜୀବଙ୍କ ମଳ ଘର ଯାକ ବିଛାଡି ହୋଇ ପଡିଥିଲା। ଘରୁ ଏମିତି ଗନ୍ଧ ବାହରୁ ଥିଲା କି, ଜଣଙ୍କ ପାଇଁ ସେଠାରେ କିଛି ମିନିଟ୍ ରହିବା ମଧ୍ୟ ସମ୍ଭବ ନ ଥିଲା। ଏପରି କି, ଏହି ଦୁର୍ଗନ୍ଧ ପାଇଁ ବହୁ ଜୀବଙ୍କ ଜୀବନ ବିପଦରେ ଥିବା ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ।

ତେବେ ଅଭିଯୁକ୍ତ ମହିଳାଙ୍କ ଜଣେ ବନ୍ଧୁ କହିଛନ୍ତି, ପାଳିତ ପଶୁଙ୍କ ଏକ ଦୋକାନ ବନ୍ଦ ହୋଇଯାଉଛି ବୋଲି କୈରିନ ଶୁଣିବାକୁ ପାଇଥିଲେ। ଦୋକାନ ବନ୍ଦ ହୋଇଗଲେ ପଶୁପକ୍ଷୀ ଗୃହ ଶୂନ୍ୟ ହୋଇଯିବା ଭୟରେ ଦୁଃଖି ହୋଇପଡିଥିଲେ ଓ କିଛି ନ ଭାବି ନିଜେ ସେ ସବୁ ପଶୁପକ୍ଷୀଙ୍କୁ ନିଜ ଘରକୁ ନେଇ ଆସିଥିଲେ।

Leave a Reply

Your email address will not be published. Required fields are marked *