ପରଲୋକରେ ପାକ୍ ପୂର୍ବତନ ରାଷ୍ଟ୍ରପତି ମୁସାରଫ

Spread the love

ନୂଆଦିଲ୍ଲୀ: ଦୀର୍ଘ ଅସୁସ୍ଥତା କାରଣରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ଆର୍ମି ମୁଖ୍ୟ ପରଭେଜ ମୁସାରଫଙ୍କ ରବିବାର ଦୁବାଇର ଏକ ହସ୍ପିଟାଲରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ବହୁ ଦୁର୍ନୀତି ମାମଲାରେ ପାକିସ୍ତାନ ସରକାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଦେଶରୁ ପଳାୟନ କରି ଦୁବାଇରେ ୨୦୧୬ରୁ ଆଶ୍ରୟ ନେଇଥିଲେ। ତେବେ ତାଙ୍କ ମର ଶରୀରକୁ ସ୍ବଦେଶକୁ ଅଣାଯିବ କି ଦୁବାଇରେ ଶେଷକୃତ କରାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ।

ମୁସାରଫ ପାକିସ୍ତାନର ୧୦ମ ରାଷ୍ଟ୍ରପତି ଥିଲେ। ୧୯୪୩  ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଉଚ୍ଚଶିକ୍ଷା କରାଚିରେ ହୋଇଥିଲା। ସେ ଲାହୋରସ୍ଥିତ ଖ୍ରୀଷ୍ଟିଆନ କଲେଜରେ ଅଧ୍ୟୟନ କରିଥିଲେ। ଭୁଟୋ ହତ୍ୟା ଘଟଣା ଓ ଲାଲ ମସଜିଦ କ୍ଲର୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୬ରେ ଚିକିତ୍ସା ପାଇଁ ଦୁବାଇ ଯାଇ ସେଠାରେ ରହି ଆସୁଥିଲେ।

Leave a Reply

Your email address will not be published. Required fields are marked *