ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ୨୦୨୨ ବର୍ଷର ନୋବେଲ ପୁରସ୍କାର ଘୋଷଣା। ଏହି ପୁରସ୍କାର ୩ ଜଣଙ୍କୁ ଦିଆଯାଇଛି। ମଙ୍ଗଳବାର ଦିନ ୨୦୨୨ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଓ ଆଣ୍ଟୋନ ଜେଲିଙ୍ଗରଙ୍କୁ ପ୍ରଦାନ କରାଯାଇଛି। ସେମାନେ ଅସମାହିତ କ୍ବାଣ୍ଟମର ଉପଯୋଗ କରି ଅଭୂତପୂର୍ବ ପ୍ରୟୋଗ ପାଇଁ କ୍ବାଣ୍ଟମ ସୂଚନା ଆଧାରରେ ନୂଆ ଟେକନିକର ରାସ୍ତା ବାହାର କରିଛନ୍ତି।
ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନି ବୈଜ୍ଞାନିକଙ୍କ କ୍ବାଣ୍ଟମ ଇନଫର୍ମେସନ ସାଇନସର ସ୍ରଷ୍ଟା କୁହାଯାଇଛି। ମଙ୍ଗଳବାର ଦିନ ୨୦୨୨ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଓ ଆଣ୍ଟୋନ ଜେଲିଙ୍ଗରଙ୍କ ନାମ ଘୋଷଣା କରାଯାଇଛି। ନୋବେଲ ଟ୍ବିଟର ଆକାଉଣ୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି।
ନୋବେଲ ସମିତିର ସଦସ୍ୟ ଇଭା ଓଲ୍ସନ କହିଛନ୍ତି, କ୍ବାଣ୍ଟମ ଇନର୍ଫମେସନ ସାଇନ୍ସ ଏକ ଭାଇବ୍ରେଣ୍ଟ ଓ ଦ୍ରୁତ ବିକାଶଶୀଳ କ୍ଷେତ୍ର। ସୁରକ୍ଷିତ ଇନର୍ଫମେସନ ଟ୍ରାନ୍ସଫ, କ୍ବାଣ୍ଟମ କମ୍ପ୍ୟୁଟିଂ କ୍ଷେତ୍ରରେ ଏହାର ବ୍ୟାପକ ଓ ସମ୍ଭାବିତ ପ୍ରଭାବ ରହିଛି।
କ୍ବାଣ୍ଟମର ଉପଯୋଗ କରି ଗୋଟିଏ ପଦାର୍ଥକୁ ବିଭାଜିତ କରିବା ପରେ ମଧ୍ୟ ଉଭୟ ଅଂଶ ମୂଳ କଣିକା ଧାରଣ କରିଥାନ୍ତି। ଫଳରେ ଏହା ଆଗାମୀ କ୍ବାଣ୍ଟମ ବୈଷୟିକ ବିଜ୍ଞାନ କ୍ଷେତ୍ରରେ ବିବର୍ତ୍ତନ ଆଣିବ। କ୍ବାଣ୍ଟମ କମ୍ପୁଟର ନିର୍ମାଣ, ମାପକ କ୍ଷେତ୍ରରେ ଉନ୍ନତିକରଣ, କ୍ବାଣ୍ଟମ ନେଟୱର୍କ ତିଆରି କରିବାକୁ ତଥା ସୁରକ୍ଷିତ କ୍ବାଣ୍ଟମ ଏନକ୍ରିପ୍ଟେଡ କମୁନିକେସନ ପାଇଁ ଗବେଷଣା କରାଯାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now