ଲଣ୍ଡନ: ଏମିତି ଏକ ସହର, ଯେଉଁଠି କାହିଁ କେଜାଣି ବହିବାରେ ଲାଗିଲା ଗନ୍ଧପୂର୍ଣ୍ଣ ପବନ ଓ ଏଥିରେ ଅତିଷ୍ଠ ହୋଇ ଲୋକେ ବାନ୍ତି ଅଟକାଇ ପାରିଲେ ନାହିଁ। ସତେ ଯେମିତି ବହୁଥିଲା ସ୍ୱେରେଜ ଗନ୍ଧ। ବ୍ରିଟେନର ବର୍ମିଘମରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ତେବେ ଏହା ଦିନେ କି ଦୁଇ ଦିନର ନୁହେଁ। ଲଗାତର ୯ ମାସରୁ ଏପରି ଗନ୍ଧ କାରଣରୁ ପିଲାମାନେ ବାନ୍ତି କରୁଥିବା ସ୍ଥାନୀୟ ଲୋକେ କୁହନ୍ତି।
ସ୍ଥାନୀୟ ଜଣେ ୬୨ ବର୍ଷର ଅଖ୍ତର ସାହ କହିଛନ୍ତି, ଏହି ଗନ୍ଧ ତାଙ୍କ ଘର ପର୍ଯ୍ୟନ୍ତ ଆସୁଛି। ଯେତେବେଳେ ଏପରି ସ୍ଥିତି ଆରମ୍ଭ ହୋଇଛି ତାଙ୍କ ଶରୀରରେ କୁଣ୍ଡେଇ କାଣ୍ଡେଇ ହେଉଛି। ତେବେ ପ୍ରାଥମିକ ଅବସ୍ଥାରେ ଏହା କୌଣସି ଗ୍ୟାସ ଲିକ ଜନିତ ଗନ୍ଧ ପରି ମନେ ହେଇଥଲା, ତେଣୁ ଫାୟାର ବ୍ରିଗେଡକୁ ଡକାଯାଇଥିଲା। ଏଥିରେ ଜଣେ ସ୍କୁଲ ଛାତ୍ର ବେହୋସ ହୋଇଯାଇଥିଲେ ଓ ହସ୍ପିଟାଲକୁ ତାଙ୍କୁ ନିଆଯାଇଥଲା।
ବର୍ତ୍ତମାନ ଗରମ ସତ୍ତ୍ୱେ ନିଜ ଝରକା, କବାଟ ଖୋଲି ପାରୁ ନାହାନ୍ତି ଏହି ଗନ୍ଧ ପାଇଁ। ପରିବେଶ ସହ ଜଡିତ ସ୍ଥାନୀୟ ଏଜେନ୍ସ ଓ ରାସ୍ତା ନିର୍ମାଣକାରୀ କମ୍ପାନୀ ଏହି ସମସ୍ୟାରୁ ଲୋକଙ୍କୁ ମୁକ୍ତ କରିବାକୁ ପ୍ରୟାସ ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now