ପାକିସ୍ତାନ ପେଶୱାର ମସଜିଦ ବିସ୍ପୋରଣ ଘଟଣାର ଫର୍ଦ୍ଦାଫାସ୍

Spread the love

() ପାକିସ୍ତାନ ପେଶୱାର ମସଜିଦରେ ଘଟିଥିବା ଭୟାନକ ବିସ୍ପୋରଣ ଘଟଣାର ହେଲା ଫର୍ଦ୍ଦାଫାସ୍। ପୋଲିସ ୟୁନିଫର୍ମରେ ଆସି ନାରକୀୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ। ଆତ୍ମଘାତୀ ସଦସ୍ୟ ଜଣକ ପୋଲିସ ୟୁନିଫର୍ମ ସହ ହେଲମେଟ ପିନ୍ଧିଥିଲା। ପୋଲିସ ପୋଷାକରେ ଥିବାରୁ ତାକୁ କେହି ସନ୍ଦେହ କରିନଥିଲେ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ ଅଧିକାରୀ। ସମସ୍ତଙ୍କ ଯାଞ୍ଚ ନକରିବା ଏକ ନିରାପତ୍ତା ତ୍ରୁଟି ଥିଲା ବୋଲି କହିଛନ୍ତି ବରିଷ୍ଠ ପୋଲିସ ମୁଖ୍ୟ।

ସୂଚନା ଅନୁସାରେ, ଗତ ୩୦ ତାରିଖରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବିସ୍ପୋରଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଥିଲେ ଅଧିକାଂଶ ପୋଲିସ ଅଧିକାରୀ ଓ ସୁରକ୍ଷାକର୍ମୀ। ସେପଟେ ବୋମା ବିସ୍ପୋରଣକୁ ନେଇ ପୂର୍ବତନ ଆଇଏସଆଇ ଚିଫ୍ ଜେନେରାଲ ଫୈଜ ହାମିନଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ।

ମରିୟମ କହିଛନ୍ତି, ଫୈଜ ହାମିଦ ଇମ୍ରାନ ଖାନଙ୍କ ଅତି ନିକଟତମ ଥିଲେ। ସେ ପେଶାୱାରରେ ଆର୍ମି କମାଣ୍ଡ ଭାବେ ନିଯୁକ୍ତ ଥିଲେ ସେ ହିଁ ଆତଙ୍କବାଦୀଙ୍କ ପାଇଁ ରାସ୍ତା ଖୋଲି ଦେଇଛନ୍ତି। ଇମ୍ରାନ ଖାନଙ୍କ ଆଖି , କାନ ଓ ହାତ ଥିଲେ ଫୈଜ ହାମିଦ। ଯଦି ସେ ପାକିସ୍ତାନର ଆଖି , କାନ ଓ ହାତ ହୋଇଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାଆନ୍ତା କହି ଟାର୍ଗେଟ କରିଛନ୍ତି ମରିୟମ।

Leave a Reply

Your email address will not be published. Required fields are marked *