ଇଜରାଇଲ ଆକ୍ରମଣରେ ପିଆଇଜେର ବରିଷ୍ଠ କମାଣ୍ଡର ନିହତ

Spread the love

ତେଲ ଆଭିଭ: ଇଜରାଏଲର ଏୟାର ଷ୍ଟ୍ରାଇକରେ  ପାଲେଷ୍ଟିନ ଇସଲାମିକ ଜିହାଦ   ବା ପିଆଇଜେର ଜଣେ କମାଣ୍ଡରର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ଇଜରାଇଲ  ପକ୍ଷରୁ ଗାଜାରେ ଥିବା ପିଆଇଜେ ଆଡ୍ଡା ନିକଟରେ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ଇଜରାଇଲ ନେତା କହିଛନ୍ତି କି, ପିଆଇଜେର ସଦସ୍ୟ ଇଜରାଲ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ, ଏହି ଯୋଜନାରୁ କ୍ଷାନ୍ତ ହେବାକୁ କୁହାଯାଇଥିଲେ ମଧ୍ୟ ସେମାନେ ନ ମାନିବାରୁ ଏହି ଆକ୍ରମଣ କରାଯାଇଛି।

ଏହି ଇଜରାଇଲି ଅପରେସନରେ ଫାଇଟର ଜେଟ ଓ ଡ୍ରୋନ ଦ୍ବାରା ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା, ଯାହା ବିବାଦ ଠିଆ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଇସଲାମିକ ଜିହାଦ ଗୋଷ୍ଠୀ ଗତ ମଙ୍ଗଳବାର ଠାରୁ ଇଜରାଇଲ ଦ୍ବାରା ସଂଗଠନର ୱେଷ୍ଟ ବ୍ୟାଙ୍କ ନେତା ବାହା ଅବୁ ଅଲ ଅତା ଅଲ ଅତାକୁ ୨୦୧୯ରେ ହତ୍ୟା କରିବାର ପ୍ରତିଶୋଧ ନେବାକୁ ଆକ୍ରମଣ କରିବାକୁ ଧମକ ଦିଆଯାଇ ଆସୁଥିଲା।

ଶୁକ୍ରବାର ଏହାକୁ ନେଇ ଇଜରାଇଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବା ପରେ ସଂଗଠନର ଉତ୍ତର ଗାଜାର ବରିଷ୍ଠ କମାଣ୍ଡର ତାଏଜିର ଜବାରୀର ମୃତ୍ୟୁ ହୋଇଛି। ଏହି ଅପରେସନ ପିଆଇଜେକୁ ଟାର୍ଗେଟ କରି କରାଯାଇଥିବା ଇଜରାଇଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *