ଭାରତକୁ ରୋକିବା ପାଇଁ ଆମେରିକାର ନୂଆ ଚାଲ

Spread the love

ମୁମ୍ୱାଇରେ ଥିବା ଆମେରିକାରର କନସୁଲେଟ୍ ଜେଲେରାଲ ମୁମ୍ୱାଇ ବନ୍ଦରର ପ୍ରାଧିକରଣକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ କୁହାଯାଇଛି ଯେ, ଆମେରିକାର ପ୍ରତିବନ୍ଧ ହେତୁ ଋଷର ମାଲ ପରିବହନ ଜାହାଜକୁ ମୁମ୍ୱାଇ ଉପକୂଳକୁ ଆସିବାକୁ ଅନୁମତି ଦିଆଯିବା ଉଚିତ୍‌ ନୁହେଁ। ୟୁକ୍ରେନ-ଋଷ ଯୁଦ୍ଧ ହେତୁ ଋଷ ଉପରେ ଲାଗୁ ହୋଇଥିବା ଅର୍ଥନୈତିକ ପ୍ରତିବନ୍ଧକ କାରଣରୁ ଆମେରିକା ଭାରତକୁ ଋଷର ଅଶୋଧିତ ତେଲ କିଣିବାକୁ ମନା କରିଛି। ଏଥିରୁ ଜଣା ପଡୁଛି ଯେ, ଭାରତକୁ ରୋକିବା ପାଇଁ ଆମେରିକା ଉଦ୍ୟମ ଜାରି ରଖିଛି।

ଦ ପିଣ୍ଟ୍ର ରିପୋର୍ଟ ଅନୁଯାୟୀ, ୟୁକ୍ରେନ-ଋଷ ଯୁଦ୍ଧ ଥମିବାର ନାଁ ଧରୁନି। ଆମେରିକା ୟୁକ୍ରେନର ସପକ୍ଷରେ ରହିଛି। ଯେଉଁଥିପାଇଁ ଆମେରିକା ଏବଂ ତାର ସହଯୋଗୀ ରାଷ୍ଟ୍ର ମିଶି ଋଷ ବିରୋଧରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଭାରତ ଋଷ ସହିତ ବାଣିଜ୍ୟ କାରବାର ଜାରି ରଖିଛି। ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି ହୋଇଥିବା ଋଷୀୟା ଜାହାଜଗୁଡିକୁ ମୁମ୍ୱାଇ ବନ୍ଦରରେ ପ୍ରବେଶ କରିବାକୁ ଭାରତ ଅନୁମତି ଦେଇଛି। ଯେଉଁଥି ପାଇଁ ଆମେରିକା ଭାରତକୁ ପରୋକ୍ଷ ଭାବରେ ଋଷ ସହ ବାଣିଜ୍ୟ ବନ୍ଦ କରିବା ପାଇଁ ଚାଲ୍ ଚଳାଇଛି।

ଆମେରିକାର କନସୁଲେଟର ଏହି ଚିଠି ମିଳିବା ପରେ ବନ୍ଦର ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଅଧିନରେ ଥିବା ସ୍ୱୟଂଶାସିତ ସଂସ୍ଥା ମୁମ୍ୱାଇ ବନ୍ଦର କର୍ତ୍ତୃପକ୍ଷ ସିପିଂ ନିର୍ଦ୍ଦେଶାଳୟକୁ ଏକ ଚିଠି ଲେଖି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିର୍ଦ୍ଦେଶ ମାଗିଛନ୍ତି।

ମୁମ୍ୱାଇ ବନ୍ଦର ପ୍ରାଧିକରଣର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଯଦି ଆମେ ସିପିଂ କିମ୍ୱା କୋଷ୍ଟଗାର୍ଡ ନିର୍ଦ୍ଦେଶାଳୟର ଜେନେରାଲଙ୍କଠାରୁ ନିର୍ଦ୍ଦେଶ ନ ପାଇଥାଉ ତେବେ ଆମେ କୌଣସି ଯାତ୍ରୀବାହୀ ଜାହାଜ କିମ୍ୱା ମାଲ ପରିବହନ ଜାହାଜକୁ ଆସିବାକୁ ମନାକରି ପାରିବୁ ନାହିଁ। ତବେ ରେଗୁଲେଟରୀ ଅଥୋରିଟି ହୋଇଥିବାରୁ ଡିଜିଙ୍କୁ ଏ ବିଷୟରେ ନିଷ୍ପତ୍ତି ନେବାକୁ ପଡିବ ବୋଲି ଅଧିକାରୀ କହିଛନ୍ତି।

ସେପଟେ ସିପିଂର ମହାନିର୍ଦ୍ଦେଶକ ଆମିତାଭ କୁମାର କହିଛନ୍ତି ଯେ, ଆମେ ଆମେରିକାର କନସୁଏଲଟ୍ ଜେନେରାଲଙ୍କ ଚିଠିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳକୁ ପଠାଇଛୁ ଏବଂ ଏ ସମ୍ପର୍କରେ ନିର୍ଦ୍ଦେଶ ଲୋଡିଛୁ। 

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *