କିଭ ଉପରେ ରକ୍ତମୁଖା ରୁଷର ସିରିଜ ମିସାଇଲ ମାଡ

Spread the love

() ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ପୁଣି ଉଗ୍ର ରୂପ ଦେଖାଇଲା ରୁଷ। ୟୁକ୍ରେନଠାରୁ ବଦଲା ନେଇଛି ରୁଷ। କ୍ରିମିଆ ବ୍ରିଜ ଉପରେ ଆକ୍ରମଣ ଘଟଣାରେ ପ୍ରତିଶୋଧ ନେଲା ପୁଟିନ ସେନା। ୟକ୍ରେନ ଆକାଶରେ ରୁଷ କ୍ଷେପଣାସ୍ତ୍ର ଛାଇ ହୋଇଯାଇଥିବା ବେଳେ ଘନ ଘନ ମିଶାଇଲ ମାଡ ମାଡଛି। ଆକ୍ରମଣକାରୀ ରୁଷ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ଦଖଲ କରି ରାଜଧାନୀ କିଭରେ ପହଞ୍ଚିସାରିଛି। ଏବେ କିଭରେ ଘନ ଘନ କ୍ଷେପଣାସ୍ତ୍ର ମାଡ କରୁଛି ରୁଷ ସେନା।

ରକ୍ତମୁଖା ରୁଷ ୟୁକ୍ରେନ କ୍ୟାପିଟାଲରେ କରିଛି ମିସାଇଲ ମାଡ। ରାଜଧାନୀ କିଭ୍ ସମେତ ବିଭିନ୍ନ ସହର ଉପରେ ଘନ ଘନ ଏୟାରଷ୍ଟ୍ରାଇକ୍। କ୍ରିମିଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେଲା ରୁଷ। କ୍ରିମିଆ ଆଟାକ ପରେ କିଭ୍ ଉପରେ କ୍ଷେପଣାସ୍ତ୍ର ମାଡ କରିଛି ରୁଷ। ସକାଳୁ ସକାଳୁ ହମଲାକୁ ଜୋରଦାର କରିଛି ମସ୍କୋ। ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ କରୁଛି ରୁଷ। ସୋମବାର ସକାଳେ ୟୁକ୍ରେନ ଉପରେ ୭୫ଟି ମିଶାଇଲ ଉତକ୍ଷେପଣ କରିଛି ରୁଷ।  ୧୨ଟି ଆତ୍ମଘାତୀ ଡ୍ରୋନ ପଠାଇ ଏହି ଆକ୍ରମଣ କରିଛି ରୁଷ। ଲଗାତର କ୍ଷେପଣାସ୍ତ୍ର ମାଡ ଯୋଗୁଁ ଧୁଆଁ ଧୁଆଁ ହୋଇଛି ପୂରା ସହର। କିଭ୍ ସମେତ ଆଖପାଖ ପ୍ରାନ୍ତରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି। କ୍ରିମିଆରୁ ରୁଷକୁ ସଂଯୋଗ କରୁଥିବା ଏକ ପୋଲକୁ ୟୁକ୍ରେନ ସେନା ଉଡାଇ ଦେବା ପରେ ରୁଷ ସେନା ଅଧିକ ଆକ୍ରମଣାତ୍ମକ ହୋଇଛି। ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ପ୍ରତିକ୍ରୀୟା ରଖାଯାଇଛି। ୟୁକ୍ରେନ କହିଛି ଯେ, କ୍ରିମିଆ ଏବଂ ରୁଷ ମଧ୍ୟରେ ଯୋଗାଯୋଗ କରୁଥିବା ବ୍ରିଜକୁ ୟୁକ୍ରେନ ସେନା ଉଡାଇ ଦେଇଥିବା ରୁଷ ଅଭିଯୋଗ ଆଣିଥିଲା। ଏହାପରେ ରୁଷ ଲଗାତାର କିଭ୍ ଉପରେ ନିଆଁ ବର୍ଷଣ କରୁଛି। କିଭ୍ ଉପରେ ଶତ୍ରୁ ରାଷ୍ଟ୍ରର ସିରିଜ୍ ମିଶାଇଲ ଆଟାକ୍ ଯୋଗୁଁ ଅଧିକାଂଶ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏବେ ସମଗ୍ର ୟୁକ୍ରେନ ମିଶାଇଲ ଘେରରେ ରହିଛି। ଆକାଶ ମାର୍ଗରୁ ଲଗାତାର ବୋମା ବର୍ଷଣ ହେଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବା ପାଇଁ କୁହାଯାଇଛି।

ଅତ୍ୟନ୍ତ ବର୍ବର ଓ ଅମାନୁଷିକ ଭାବେ ଆକ୍ରମଣ ଜାରି ରଖିଥିବା ରୁଷକୁ କଡା ଭାଷାରେ ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମିର ଜେଲେନସ୍କି। ପ୍ରତିଶୋଧ ପରାୟଣ ହୋଇଛି ମସ୍କୋ। ସେଥିପାଇଁ ୟୁକ୍ରେନ ଲୋକମାନଙ୍କ ମଧ୍ୟରେ ସର୍ବାଧିକ କ୍ଷତି ଘଟାଇବା ପାଇଁ ଚେଷ୍ଟା କରୁଛନ୍ତି। ରୁଷ ୟୁକ୍ରେନକୁ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛି। ମସ୍କୋ ଆମକୁ ନଷ୍ଟ କରିବାକୁ ଚାହୁଁଛି। ବିଶ୍ୱ ମାନଚିତ୍ରରୁ ଆମ ଚିହ୍ନବର୍ଣ୍ଣ ହଜେଇ ଦେବାକୁ ଚାହୁଁଛି। ଘରେ ଶୋଇଥିବା ନିରୀହ ଲୋକଙ୍କ ଉପରେ ନିଷ୍ଠୁର ଭାବେ ବୋମା ବର୍ଷଣ କରୁଛି ରୁଷ। ଏକ ଟେଲିଗ୍ରାମ ମେସେଜ ଜରିଆରେ କହିଛନ୍ତି ଏଭଳି କହିଛନ୍ତି ଜେଲେନସ୍କି।

ସେପଟେ ଆକ୍ରମଣ ପରେ ମୃତାହତଙ୍କ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ୱୁଲାନ୍ସ ନିୟୋଜିତ କରାଯିବା ସହ ଆକ୍ରମଣରେ ୟୁକ୍ରେନର ସେଭାଚେନକିଭସ୍କାଇ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଆକ୍ରମଣ ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। କ୍ଷେପଣାସ୍ତ୍ର ବିସ୍ପୋରଣ ଯୋଗୁଁ କିଭରେ ୧୨ରୁ ଅଧିକ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ରବିବାର ୟୁକ୍ରେନର ଜାପୋରିଝିଆ ମିସାଇଲ ମାଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୯ ଜଣ ଆହତ ହୋଇଛନ୍ତି। ତେବେ ରୁଷକୁ ସଂଯୋଗ କରୁଥିବା କ୍ରିମିଆ ସେତୁରେ ମାରାତ୍ମକ ବିସ୍ପୋରଣ ପାଇଁ ମସ୍କୋ ୟୁକ୍ରେନକୁ ଦାୟୀ କରି ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ ଜାରି ରଖିଛି। ରୁଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଝିଆ ଉପରେ ମିସାଇଲ ଆଟାକ କରିଛନ୍ତି। ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଳକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି। ଫଳରେ ସାରା ୟୁକ୍ରେନାର ଜାରି କରାଯାଇଛି ଏୟାର ଆଲର୍ଟ।
ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *