ମିଳିଲା ଶ୍ରୀଲଙ୍କାର ଫେରାର୍ ରାଷ୍ଟ୍ରପତିଙ୍କ ଠିକଣା

Spread the love

ଦେଶ ଛାଡି ମାଳଦ୍ଵୀପ ପଲାଇଗଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ୧୩୯ ଦିନର ବିରୋଧ ଜାରି ରହିବା ପରେ ରାଜପାକ୍ଷେ ଇସ୍ତଫା ଦେଲେ । ଏବେ ଅନ୍ତରୀଣ ରାଷ୍ଟ୍ରପତି ଙ୍କ ନାମ ଘୋଶଷା ହୋଇପାରେ । ଶ୍ରୀଲଙ୍କାର ଲୋକ ରାଷ୍ଟ୍ରପତି ଭବନକୁ ଶନିବାର କବଜା କରିବା ପୁର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ଏକ ନୌସେନା ଜାହଜରେ ସେ ପଳାଇ ଯାଇଥିବା ଭିଡିଓ ସାମ୍ନାକୁ ଆସିଛି । ସେ ସମୁଦ୍ର ପଥରେ ପରିବାର ସହ ଫେରାର ହୋଇଛନ୍ତି । ଜୁଲାଇ ୮ ତାରିଖରୁ ତାଙ୍କୁ ଆଉ ଦେଖିବାକୁ ମିଲିନଥିଲା । ଗତକାଲି ମଧ୍ୟ୍ୟ ଗୋଟାବାୟା ନୌସେନା ଜାହଜରେ ଖସିଯିବାକୁ ଉଦ୍ୟମ କରୁଥିବା କଥା ଆନ୍ତ୍ରଜାତୀୟ ଗଣମାଧ୍ୟ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ସେ କିନ୍ତୁ ମାଳଦ୍ଵୀପ ଖସିପଳାଇଯାଇତିବା କୁହାଯାଉଛି ।

ଇସ୍ତଫା ଦେବା ପୁର୍ବରୁ ଗୋଟାବାୟା ରାଜପାକ୍ଷେ ଦେଶ ଛାଡି ଚାଳିଯିବାକୁ ଅନୁମତି ଦେବାକୁ ଦାବି କରିଥିଲେ, ଏହାର କିଛି ଘଣ୍ଟା ପରେ ସେ ଦେଶ ଛାଡି ଚାଲିଯାଇଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଗୋଟାବାୟା ପଳାଇଛନ୍ତି ନା ତାଙ୍କୁ ଯିବା ପାଇଁ ବାଧ୍ୟ କରାଯାଇଛି । ରାଜପାକ୍ଷେ ତାଙ୍କ ଇସ୍ତଫା ପତ୍ର ଜଣେ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଗୋଟାବାୟା ୨୦୧୯ ରେ ରାଷ୍ଟ୍ରପତି ପଦରେ ବସିଥିଲେ । ୨ ବର୍ଷ ୭ ମାସ ଏହି ପଦରେ ରହିବା ପରେ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି । ସେହିପରି ତାଙ୍କ ଭାଇ ମହିନ୍ଦା ରାଜପାକ୍ଷେ ୨୦୦୫ ରୁ ଲଗାତାର ୧୦ ବର୍ଷ ରାଷ୍ଟ୍ରପତି ପଦରେ ରହିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ । କିନ୍ତୁ ବିରୋଧ ପରେ ମେ ୯ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *