କାହିଁକି କାନ୍ଦୁଛି ଛେଳି ?

Spread the love

ପଶୁ ହଉ କି ପକ୍ଷୀ, ସେମାନଙ୍କର ବି ହୃଦୟ ରହିଛି। ସେ କଥା କହି ପାରୁନଥିଲେ ମଧ୍ୟ ତାଙ୍କର ଭାବନା ରହିଛି। ପାଳିତ ପଶୁ ହଉ କି ପକ୍ଷୀ ତାର ମାଲିକ କଥାକୁ ଆରାମ ସେ ବୁଝିପାରିଥାନ୍ତି। ସେମାନେ କେବେ ମାଲିକକୁ ଧୋକା ଦେଇନଥାନ୍ତି। ସେମାନେ ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ମାଲିକ ସହିତ ରହିଥାନ୍ତି। କିନ୍ତୁ ମାଲିକ କିଛି ଟଙ୍କା ପାଇଁ ତାର ପାଳିତ ଜୀବଜନ୍ତୁମାନଙ୍କୁ ବିକ୍ରି କରିଦେଇଥାଏ। ଏବେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣମାନେ କାନ୍ଦି ପକାଇବେ। ଭିଡିଓରେ ଏହି ଛେଳି ତାର ମାଲିକକୁ କୁଣ୍ଢାଇ ଧରି ମଣିଷ ପରି କାନ୍ଦୁଛି।

ଆପଣ ଏହି ଭିଡିଓରେ ଆପଣ ଦେଖିପାରୁଥିବେ କି, ଛେଳିଟି କିପରି ତାର ମାଲିକ କାନ୍ଧରେ ମୁଣ୍ଡ ରଖି ଭୋ ଭୋ ହୋଇ କାନ୍ଦୁଛି। ସେ ବୋଧେ ଜାଣିପାରିଛି ତାର ମାଲିକ ତାକୁ ବିକ୍ରି କରୁଛି। ଆଉ ସେ ତାର ମାଲିକକୁ ଛାଡି ଅନ୍ୟ ଏକ ଜାଗାକୁ ଯାଉଛି। ଯେଉଁଠି ତା ମାଲିକକୁ ଆଉ କେବେ ଦେଖିବାକୁ ପାଇବ ନାହିଁ। ସେ କଥା କହିପାରୁନି କିନ୍ତୁ ତା କାନ୍ଦରେ ସେ ସବୁ ବୟାନ କରିଦେଉଛି। ଯେମିତି ତା ମାଲିକକୁ କହିବାକୁ ଚାହୁଁଛି, ମତେ ତୋ ପାଖରୁ ଦୂରେଇ ଦେ ନାହିଁ। ଛୋଟରୁ ବଡ କରି ମତେ ରଖିଲୁ ଏବେ କାଇଁ ଦୂରେଇ ଦଉଛୁ। ମୁଁ ତୋ ପାଖରେ ରହିବାକୁ ଚାହୁଁଛି, ମତେ ତୋ ପାଖରୁ ଦୂରେଇ ଦେ ନାହିଁ। ଗୋଟେ ଛୁଆକୁ ବାପା ଠାରୁ ଅଲଗା ହେଲେ ବେଳେ ଯେଉଁ କଷ୍ଟ ହୋଇଥାଏ। ଠିକ୍ ସେହିପରି ଏହି କଷ୍ଟ ଭିଡିଓରେ ଦେଖିବାକୁ ମିଳିଛି।

ମାଲିକ ମଧ୍ୟ ତାର ପୋଶା ଛେଳିକୁ କୁଣ୍ଢାଇ ଧରି ନିଜ ଆଖିର ଲୁହ ପୋଛିଦଉଛି। ପାଖରେ ଥିବା ବେପାରୀ ତା ମାଲିକକୁ ପାଉଁରୁଟି ଦେଉଛି ଛେଳିକି ଖାଇବା ଦେବାପାଇଁ। ସେଠାରେ ଠିଆ ହୋଇଥିବା ସମସ୍ତ ଲୋକମାନେ ମଧ୍ୟ ଭାବପ୍ରବଣ ହୋଇଯାଇଛନ୍ତି। କାନ୍ଦୁଥିବା ଏହି ଛେଳିର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗୁଛି। ତେବେ ଆମେ ଜାଣି ନାହିୁଁ ଏହି ଭିଡିଓ କେଉଁଠାର। ତେବେ କାନ୍ଦୁଥିବା ଏହି ଛେଳିର ଭିଡିଓ ରବିବାର ପାଳିତ ହୋଇଥିବା ଇଦ୍ ଉଲ ଅଜହା ଅର୍ଥାତ୍ ବକରୀଦ ୨୦୨୨ର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ କୁହାଯାଇଛି କି ଏହି ଛେଳିକୁ ବିକ୍ରି କରାଯାଉଥିବାରୁ ସେ କାନ୍ଦୁଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *