75 ବର୍ଷ ପରେ ସ୍ୱପ୍ନ ପୂରଣ ହେଲା

Spread the love

ଭାରତର ୯୦ ବର୍ଷ ବୃଦ୍ଧା ମହିଳାଙ୍କ ସ୍ୱପ୍ନ ୭୫ ବର୍ଷ ପରେ ପୂରଣ ହେବାକୁ ଯାଉଛି। ସେ ପାକିସ୍ତାନର ରାୱଲପିଣ୍ଡିରେ ଥିବା ପୈତୃକ ଘରକୁ ବୁଲିବା ପାଇଁ ଯାଉଛନ୍ତି। ବୃଦ୍ଧା ମହିଳା ଜଣଙ୍କ ହେଲେ ରିନା ଛିବର ବର୍ମା। ସେ ଯେତେବେଳେ ୱାଘା-ଅଟରୀ ସୀମା ଦେଇ ଲାହୋରରେ ପ୍ରବେଶ କରିଥିଲେ, ସେତେବେଳେ ତାଙ୍କ ଆଖିରୁ ଖୁସିରେ ଲୁହ ଝରି ଆସିଥିଲା। ଏକ ଭିଡିଓରେ ରିନା କହିଛନ୍ତି ଯେ, ସେ ତାଙ୍କ ପୈତୃକ ଘର ପ୍ରେମ ନିବାସ, ବିଦ୍ୟାଳୟ ଏବଂ ପିଲାଦିନର ବନ୍ଧୁମାନଙ୍କ ସହ ଦାର୍ଘ ୭୫ ବର୍ଷପରେ ଭେଟିବେ। ବର୍ଷ ବର୍ଷ ଧରି ତାଙ୍କ ମନରେ ଏହି ଇଛା ରହିଥିଲା ସେ କେବେ ତାଙ୍କ ଜନ୍ମମାଟରେ ପାଦ ଦେବେ। ବର୍ତ୍ତମାନ ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି।

ଏଜେନ୍ସି ଅନୁଯାୟୀ, ଭାରତ-ପାକିସ୍ତାନ ବିଭାଜନ ସମୟରେ ରିନା ବର୍ମାଙ୍କ ପରିବାର ରାୱଲପିଣ୍ଡିର ଦେବୀ କଲେଜ ରୋଡରେ ରହୁଥିଲେ। ବର୍ତ୍ତମାନ ରିନା ପୁନ୍ନେରେ ରହିଛନ୍ତି। ରିନା କହିଛନ୍ତି ସେ ମଡର୍ଣ୍ଣ ସ୍କୁଲରେ ତାଙ୍କର ଅଧ୍ୟୟନ ହୋଇଥିଲା ଏବଂ ତାଙ୍କ ଚାରି ଭାଇ ଭଉଣୀ ମଧ୍ୟ ଏହି ସ୍କୁଲରେ ଅଧ୍ୟୟନ କରିଥିଲେ।

ରିନା ବର୍ମା ୧୯୬୫ ମସିହାରେ ପାକିସ୍ତାନ ଭିସା ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କୁ ବିସା ମିଳିପାରିନଥିଲା। ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିରହିଥିଲା। ଏହା ପରେ ରିନା ଗତ ବର୍ଷ ସୋସିଆଲ ମିଡିଆରେ ତାଙ୍କର ପୈତୃକ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତା’ପରେ ପାକିସ୍ତାନର ଜଣେ ନାଗରିକ ସାହାଜାଦ ହାଇଦର ତାଙ୍କର ଏହି ପୋଷ୍ଟ ଦେଖି ରିନାଙ୍କ ସହ ଯୋଗାଯୋଗ କରି ରାୱଲପିଣ୍ଡିରେ ଥିବା ତାଙ୍କ ଘରର ଫଟୋ ପଠାଇଥିଲେ।

ଏହାପରେ ସେ ପୁଣିଥରେ ପାକିସ୍ତାନର ଭିସା ପାଇଁ ଆବେଦନ କରିଥିଲେ। ଭିସାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହାପରେ ସେ ପାକିସ୍ତାନର ବୈଦେଶିକ ବ୍ୟାପର ମନ୍ତ୍ରୀ ହିନା ରୱଣୀ ଖାରଙ୍କୁ ତାଙ୍କ ଇଚ୍ଛା ଜାହିର କରି ଟ୍ୟାଗ କରିଥିଲେ। ଯିଏ ତାଙ୍କ ପାଇଁ ୩ବର୍ଷ ପାକିସ୍ତାନ ଭିସା ବ୍ୟବସ୍ଥା କରିଥିଲେ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *