ଜରୁରୀ କାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

Spread the love

ଶାରଜାହାରୁ ହାଇଦ୍ରାବଦକୁ ଆସୁଥିବା ବିମାନ କାଚିରେ ଜରୁରୀ କାଳୀନ ଅବତରଣ କରିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଇଣ୍ଡିଗୋ ଯାତ୍ରୀବାହୀ ବିମାନଟି ପାକିସ୍ତାନ କରାଚିରେ ଅବତରଣ କରିଛି। ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ। ପାଇଲଟ ବିମାନରେ ଯାନ୍ତ୍ରୀକ ତ୍ରୁଟି ଥିବା ନେଇ ଜଣାଇଥିଲେ। ଏହାପରେ ବିମାନଟିକୁ ଜରୁରୀ କାଳୀନ ଅବତରଣ ପାଇଁ ପାକିସ୍ତାନର କରାଚିକୁ ପଠାଯାଇଥିଲା। ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ଦ୍ୱାରା ବିମାନରେ ଥିବା ଯାନ୍ତ୍ରୀକ ତ୍ରୁଟିକୁ ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଯାତ୍ରୀମାନଙ୍କୁ ହାଇଦ୍ରାବାଦ ପଠାଯିବା ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଉଛି।

ଆପଣଙ୍କୁ କହିରଖିବୁ ଯେ, ଜୁଲାଇ ୫, ୨୦୨୨ ରେ ମଧ୍ୟ ଏପରି ଘଟଣା ଦେଇବାକୁ ମିଳିଥିଲା। ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରି ଥିବା ସ୍ପାଇସଜେଟ୍ ଯାନ୍ତ୍ରୀଙ୍କ ତ୍ରୁଟି ହେତୁ କରାଚିରେ ଜରୁରୀ କାଳୀନ ଅବତରଣ କରିଥିଲା।   

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *