ଜେନେରାଲ ଇଲେକ୍ଟ୍ରିକର ସିଇଓ ଏଚ୍ ଲରେନ୍ସ କଲ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେନେରାଲ ଇଲେକ୍ଟ୍ରିକର ସିଇଓ ଏଚ୍ ଲରେନ୍ସ କଲ୍ପଙ୍କୁ ଭେଟିଛନ୍ତି ।

ଉତ୍ପାଦନ କ୍ଷେତ୍ରରେ ଭାରତରେ ଦୀର୍ଘଦିନର ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଜେନେରାଲ ଇଲେକ୍ଟ୍ରିକର ପ୍ରଶଂସା କରିଥିଲେ ।

ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଜେଇର ବ୍ୟାପକ ପ୍ରଯୁକ୍ତି ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ କଲ୍ପ ଜୁନିୟର ଆଲୋଚନା କରିଥିଲେ ।

ଭାରତରେ ବିମାନ ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବଡ଼ ଭୂମିକା ନିଭାଇବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜିଇକୁ ଆମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *