ଆଜି ବିଶ୍ୱ ହସ୍ତୀ ଦିବସ

Spread the love

ଆଜି ବିଶ୍ୱ ହସ୍ତୀ ଦିବସ। ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଗଷ୍ଟ ୧୨ ତାରିଖରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଏ। ପୃଥିବୀ ପୃଷ୍ଠରେ ସର୍ବବୃହତ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ହାତୀ। ଦିନ ଥିଲା କୁହାଯାଉଥିଲା ହାତୀ ମଣିଷର ଉତ୍ତମ ବନ୍ଧୁ। ପରିବେଶ ସନ୍ତୁଳନରେ ସବୁଠାରୁ ବଡ ପ୍ରାଣୀ ଏହି ହାତୀର ପ୍ରମୁଖ ଭୂମିକା ରହିଛି। ହେଲେ ଆଗାମୀ ଦିନରେ ସେମାନଙ୍କର ସଂଖ୍ୟା କମି କମି ଯାଇଥିବାବେଳେ ଏବେ ବିପଦରେ ରହିଛନ୍ତି ହାତୀପଲ।
ହାତୀଙ୍କ ସୁରକ୍ଷା ପାଇଁ ସମଗ୍ର ଦେଶରେ ୨୦୧୨ ମସିହାରୁ ଏହି ଦିବସ ପାଳନ କରାଯାଉଛି। ସେପଟେ ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ବହୁ ସଂଖ୍ୟାରେ ଗଛ କାଟିବାରୁ ଜଙ୍ଗଲ ହ୍ରାସ ହେଉଛି। ଯାହା ଫଳରେ ହାତୀ ଏବେ ଜନବସତିମୁହାଁ। ସହରକୁ ହାତୀ ଚାଲି ଆସୁଥିବା ବେଳେ କେତେବେଳେ ଟ୍ରନ ଲାଇନରେ ହାତୀ କଟି ମୃତ୍ୟୁ ହେଉଛି ତ ଆଉ କେତେବେଳେ ଗାଡି ଧକ୍କା ଏବଂ ବିଦ୍ୟୁତ ଜାଲରେ ମୃତ୍ୟୁ ହେଉଛି। ଦିନକୁ ଦିନ ଏମାନଙ୍କ ସଂଖ୍ୟା କମି କମି ଯାଉଥିବା ଏଭଳି ସ୍ଥିତିରେ ଯଦି ହାତୀଙ୍କ ସୁରକ୍ଷା କରାନଯାଏ ତେବେ ଆଗାମୀ ଦିନରେ ଏମାନେ ବିଲୁପ୍ତ ହେବାର ଆଶଙ୍କା ଯଥେଷ୍ଟ ବେଶି।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *