ଅବିଭାଗିକୃତ

କଂଗ୍ରେସ ଛାଡିଲେ ୫୦ରୁ ଅଧିକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ସଭାପତି ବଦଳିଲେ ସିନା, ହେଲେ ଦଳୀୟ କନ୍ଦଳ ଓ ଅସନ୍ତୋଷ ପ୍ରଶମିତ ହେବାର ନାମ ନେଉନାହିଁ । ଦଳରେ ଲାଗିରହିଥିବା ଅସନ୍ତୋଷ, କନ୍ଦଳ ତଥା ନେତୃତ୍ୱ ପ୍ରତି ଭରସାର ଅଭାବକୁ ନେଇ ପୁଣି କଂଗ୍ରେସ ଦଳ ଛାଡିଲେ ୫୦ ରୁ ଊର୍ଦ୍ଧ୍ୱ ଯୁବ କଂଗ୍ରେସ ନେତା ।

କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱରେ ଅସନ୍ତୋଷ ତଥା ଦଳର କ୍ରମାଗତ ଭାବେ ନୈରାଶ୍ୟ ଜନକ କାର‌୍ୟ୍ୟ ଯୋଗୁଁ ହତାଶା ଭରି ଯାଇଛି ବହୁ ଯୁବନେତାଙ୍କ ମଧ୍ୟରେ । ତେଣୁ ଏକକାଳୀନ ୫୦ରୁ ଅଧିକ ଯୁବ କଂଗ୍ରେସ ନେତା ଦଳ ଛାଡିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳ ଛାଡିବା ସମ୍ପର୍କରେ ଘୋଷଣା କରାଯାଇଛି ।

ଦଳ ଛାଡିଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ଅଂଶୁମାନ ଆରୋରା, ଯୁବ ନେତା, କହ୍ନୟା ଲାଲ ସାବତ , ହିଞ୍ଜିଳି ଯୁବ କଂଗ୍ରେସ ସଭାପତି; ଆର୍ଯ୍ୟବୀର ଲେଙ୍କା, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି; ବବିତା ବଡ଼ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ; ବଳରାମ ରାଉତ, ଭଦ୍ରକ ଯୁବ କଂଗ୍ରେସ; ରମଜାନ ଅଲ୍ଲୀ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଓ ଅନ୍ୟ ବହୁ ନେତା ।

Related Articles

Leave a Reply

Your email address will not be published.

Back to top button