ଆମେରିକା ପରେ ବ୍ରିଟେନ ଲଗାଇବ ଚୀନ ଉପରେ ପ୍ରତିବନ୍ଧକ

Spread the love

ନୂଆଦିଲ୍ଲୀ: ଚୀନରୁ ଆସୁଥିବା ଯାତ୍ରୀଙ୍କ ଉପରେ ୟୁକେ କୋଭିଡ ପ୍ରତିବନ୍ଧକ ଲଗାଇ ପାରେ। ଦ ଟେଲିଗ୍ରାଫ ରିପୋର୍ଟ ମୁତାବକ, ଏହି ପ୍ରତିବନ୍ଧକ ମଧ୍ୟରେ କରୋନା ଭୂତାଣୁର ଟେଷ୍ଟକୁ ବାଧ୍ୟତାମୂଳକ କରାଯିବା ରହିପାରେ।

ରଏଟରର ରିପୋର୍ଟ ମୁତାବକ, ୟୁକେ ପରିବହନ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ଓ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀ ଗୁରୁବାର  ଏହା ଉପରେ ନିଷ୍ପତ୍ତି ନେଇପାରନ୍ତି। ଏହା ପୂର୍ବରୁ ଆମେରିକା ଓ ଇଟାଲି ଚୀନରୁ ଆସୁଥିବା ଯାତ୍ରୀଙ୍କ ଉପରେ କରୋନା କଟକଣା ଜାରି କରିସାରିଛନ୍ତି।

ବୁଧବାର ଆମେରିକା ଚୀନ ଯାତ୍ରୀଙ୍କ ପାଇଁ କରୋନା ଭୂତାଣୁ ପରୀକ୍ଷଣକୁ ବାଧ୍ୟତାମୂଳକ କରିଦେଇଛି। ସେହିପରି ଇଟାଲ କୋଭିଡ ଆଣ୍ଟିଜେନ ସ୍ବୈବ ଓ ଭୂତାଣୁ ସିକ୍ବେନ୍ସିଂ ଆଦେଶ ଜାରି କରିଛି।

ସେପଟେ କରୋନାର ସଂକ୍ରମଣ ହାରକୁ ଦେଖି ବିଶେଷଜ୍ଞ ଆକଳନ କରିଛନ୍ତି କି, ଆଗାମୀ ୪୦ ଦିନ ଦେଶ ପାଇଁ ମହତ୍ବପୂର୍ଣ୍ଣ ହେବ। ଜାନୁଆରୀରେ ଏହି ସଂକ୍ରମଣ ପିକରେ ରହିବ। ପୂର୍ବରୁ ଦେଖାଯାଇଥିଲା, ଯେତେବେଳେ ପୂର୍ବ ଏସିଆ କୋଭିଡ ସଂକ୍ରମଣ ହେବାର ୩୦-୩୫ ଦିନ ଭିତରେ ଭାରତରେ ସଂକ୍ରମଣ ଆରମ୍ଭ ହୋଇଥିଲା।

ତେବେ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ସଂକ୍ରମଣର ଗମ୍ଭୀରତା କମ ରହିଛି। ଯଦି କୋଭିଡ ବି କୋଭିଡର ନୂଆ ଲହର ଆସେ ତେବେ  ମଧ୍ୟ ସଂକ୍ରମଣଜନିତ ହସ୍ପିଟାଲରେ ଭର୍ତ୍ତି ହାର କମ ରହିବ।  

Leave a Reply

Your email address will not be published. Required fields are marked *