ରାଷ୍ଟ୍ରପତି ନିର୍ବାଚନ: ନିକ୍କି ହେଲି ଘୋଷଣା କଲେ ଦାବିଦାରୀ

Spread the love

ୱାସିଂଟନ: ୨୦୨୪ରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନରେ ନିଜ ଦାବିଦାରୀ ଉପସ୍ଥାପନ କରିଛନ୍ତି ମୂଳଭାରତୀୟ ରିପବ୍ଲିକାନ ପାର୍ଟିର ନେତା ନିକ୍କି ହେଲି । ହେଲିଙ୍କ ପକ୍ଷରୁ ଏକ ଭିଡିଓ ଜରିଆରେ ରାଷ୍ଟ୍ରପତି ପଦ ପାଇଁ ସେ ଇଛାୟୀ ଥିବା ପ୍ରକାଶ କରିଛନ୍ତି।

ଭିଡିଓରେ ହେଲି କହିଛନ୍ତି, ମୁଁ ନିକ୍କି ହେଲି ଓ ରାଷ୍ଟ୍ରପତି ଦୌଡରେ ରହିଛି। ସେ ଆସନ୍ତା ବୁଧବାର ଦକ୍ଷିଣ କୈରୋଲିନାର ଚାର୍ଲ୍ସଟନରେ ଏକ ଅଭିଭାଷଣ ଦେବାକୁ ଯାଉଛନ୍ତି, ଯେଉଁଠି ସେ ରାଷ୍ଟ୍ରପତି ନିର୍ବାଚନରେ ନିଜ ସ୍ଥିତି ଜାହିର କରିବେ। ସେପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ନେଇ ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ଏବେ ହେଲିଙ୍କ ଦାବି ରିପବ୍ଲିକାନ ପାର୍ଟି ଭିତରେ ଅନ୍ତର୍ଦ୍ବନ୍ଦ୍ବ ସୃଷ୍ଟି କରିବ ବୋଲି କୁହାଯାଉଛି।

୫୧ ବର୍ଷୀୟା ହେଲି ଦୁଇ ଥର ସାଉଥ କୈରୋଲିନାର ଗଭର୍ନର ହୋଇସାରିଛନ୍ତି। ଏହା ବ୍ୟତୀତ ୟୁଏନରେ ଆମେରିକାର ରାଷ୍ଟ୍ରଦୂତ ଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଠିଆ ହେଉଥିବା ପ୍ରଥମ ଦାବିଦାର ହେବେ ହେଲି।

Leave a Reply

Your email address will not be published. Required fields are marked *