ନିଖୋଜ ବୁଡ଼ାଜାହାଜରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି, ପର୍ଯ୍ୟଟକମାନେ ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲେ

ବୋଷ୍ଟନ୍ : ଟାଇଟନ୍ ବୁଡ଼ାଜାହାଜରେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବା ପାଇଁ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଉତ୍ତର ଆଟଲାଣ୍ଟିକରେ ଏହି ବୁଡ଼ାଜାହାଜ ନିଖୋଜ ହୋଇଯାଇଥିଲା। ସର୍ଚ୍ଚ ଅପରେସନ୍ ସମୟରେ ଟାଇଟାନିକ୍ ଜାହାଜ ନିକଟରେ ନିଖୋଜ ବୁଡ଼ାଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ଆମେରିକାର କୋଷ୍ଟଗାର୍ଡ ଏହି ସୂଚନା ଦେଇଛନ୍ତି ।

ଆମେରିକାର କୋଷ୍ଟଗାର୍ଡ ରିୟର ଆଡମିରାଲ ଜନ୍ ମାଉଗର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟାଇଟାନ ସର୍ଚ୍ଚ ଅପରେସନ୍ ସମୟରେ ଲଗାଯାଇଥିବା କୌଣସି ଉପକରଣଗୁଡ଼ିକରେ ବିସ୍ଫୋରଣ ଶୁଣାଯାଇ ନାହିଁ, ଯାହା ବୁଡ଼ାଜାହାଜରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିବା ଶ୍ପଷ୍ଟ କରିଛି।

ସର୍ଚ୍ଚ ଅପରେସନ୍ ସମୟରେ ସମସ୍ତ ଯନ୍ତ୍ରପାତି ଉପସ୍ଥିତ ଥିଲା ।

ମାଓଗର୍ କହିଛନ୍ତି ଯେ, ଯେତେବେଳେ ଆମେ ଏହାର ସର୍ଚ୍ଚ ଅପରେସନ୍ କରୁଥିଲୁ, ସେତେବେଳେ ପାଣିରେ ଆମର ଶୁଣିବା ଉପକରଣ ଥିଲା । ତେବେ ଉପକରଣରୁ କୌଣସି ବିସ୍ଫୋରଣ ଶୁଣାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସେଠାରେ ଥିବା ତଥ୍ୟ ସଂଗ୍ରହ ଜାରି ରଖିବୁ।

ଆମେରିକାର କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫରାସୀ ଜାହାଜ ଏବଂ ଟେଲିଗାଇଡ୍ ରୋବଟ୍ ଦ୍ୱାରା ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଆମେରିକାର କୋଷ୍ଟଗାର୍ଡ ଏବଂ କମ୍ପାନୀ କହିଛି ଯେ ରବିବାର ଦିନ ସ୍ଥାନୀୟ ସମୟ 6 ଟା ସମୟରେ ଯୋଗାଯୋଗ ହରାଇଥିବାବେଳେ ଏହି ବୁଡ଼ା ଜାହାଜରେ ଚାରି ଦିନିଆ ଅମ୍ଳଜାନ ବ୍ୟବସ୍ଥା ଥିଲା।

ଏଥି ସହିତ, ବୁଡ଼ାଜାହାଜ ଅପରେଟର କମ୍ପାନୀ ଓସେଙ୍ଗେଟ୍ ଏକ ବିବୃତ୍ତିରେ କହିଛି ଯେ, ଜାହାଜରେ ଥିବା କମ୍ପାନୀର ସିଇଓ ଷ୍ଟକଟନ୍ ରଷଙ୍କ ସମେତ ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ନିଖୋଜ ବୁଡ଼ାଜାହାଜରେ ବ୍ରିଟିଶ ବ୍ୟବସାୟୀ ହମିଶ ହାର୍ଡିଙ୍ଗ, ବ୍ରିଟିଶ-ପାକିସ୍ତାନୀ ବିଲିୟନେୟାର ପ୍ରିନ୍ସ ଦାଉଦ ଏବଂ ତାଙ୍କ ପୁଅ ସୁଲେମାନଙ୍କ ସମେତ ମୋଟ ପାଞ୍ଚ ଜଣ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *