ସ୍ୱାସ୍ଥ୍ୟ

ମଙ୍କିପକ୍ସ ପାଇଁ ଗାଇଡ ଲାଇନ ଜାରି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ମଙ୍କିପକ୍ସ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଗାଇଡଲାଇନ ଜାରି କରାଯାଇଛି। ମଙ୍କିପକ୍ସ ସଂକ୍ରମଣ ନିୟନ୍ତ୍ରଣ ଉପରେ ସ୍ବାସ୍ଥ୍ୟ ବିଭାଗ ସଚେତନ ଥିବା ଓ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଉପରେ ପ୍ରାଧାନ୍ୟ ଦେଇଛି।

କେନ୍ଦ୍ର ମନ୍ତ୍ରଣାଳୟ ସାଧାରଣ ଜନତାଙ୍କ ପାଇଁ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ସଂକ୍ରମିତ ବ୍ୟକ୍ତି ଓ ମୃତ ବା ଜୀବିତ ବଣୁଆ ଜୀବଜନ୍ତୁ ବା ମାଙ୍କଡଙ୍କଠାରୁ ଦୂରେଇ ରହିବା ଆବଶ୍ୟକ। ସଂକ୍ରମିତ ବ୍ୟକ୍ତି ବା ପଶୁଙ୍କ ସଂସ୍ପର୍ଶରେ ଆସିଲେ କିମ୍ବା ସଂକ୍ରମିତ ଅଞ୍ଚଳକୁ ଯାଇଥିଲେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟ ପରାମର୍ଶ ନେବାକୁ କୁହାଯାଇଛି।

ଦେଶ ବ୍ୟାପୀ ୧୫ଟି ଭୂତାଣୁ ଗବେଷଣା ଓ ଚିହ୍ନଟ ଲାବେରୋଟୋରୀ ଖୋଲା ଯାଇଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଭାରତୀୟ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) । ସମସ୍ତ ରାଜ୍ୟର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି  କେନ୍ଦ୍ର ଦେଶବ୍ୟାପୀ ଏପରି ପ୍ରତିଷ୍ଠା କରାଯାଇଛି।

ଦେଶରେ ଚିହ୍ନଟ ହୋଇଥିବା ପ୍ରଥମ ମଙ୍କିପକ୍ସ ମାମଲା କେରଳରୁ ବାହାରି ଥିବା ବେଳେ ସଂକ୍ରମିତ ବ୍ୟକ୍ତି ତିନି ଦିନ ତଳେ ୟୁଏଇରୁ ଫେରିଥିଲେ। ସେ କେରଳରେ ପହଞ୍ଚବା ପରେ ନିଜର ଟେଷ୍ଟ କରାଇବା ପରେ ମଙ୍କିପକ୍ସରେ ସଂକ୍ରମିତ ଥିବା ଜଣାପଡିଛି।

ଏହା ପରେ କେନ୍ଦ୍ରୀୟ ଟିମ କେରଳ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ସମ୍ପର୍କରେ ରହିବା ସହ ମଙ୍କିପକ୍ସକୁ ନେଇ ପରୀକ୍ଷା ନିରୀକ୍ଷାକୁ ଜୋରଦାର କରିଛନ୍ତି।

Related Articles

Leave a Reply

Your email address will not be published.

Back to top button