ପୁଂଛରେ ସୁରକ୍ଷାକର୍ମୀମାନେ ଚଳାଇଲେ ତଲାସୀ ଅଭିଯାନ

Spread the love

ପୁଂଛ : ଜିଲ୍ଲାରେ ମଙ୍ଗଳବାର ଦିନ ସନ୍ଦିଗ୍ଧ ଗତିବିଧିର ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସ୍ଥାନୀୟ କେତେକ ଅଂଚଳରେ ତଲାସୀ ଅଭିଯାନ ଚଳାଇଛି । ପୁଂଛର ଡିଏସ୍‌ପି ଏଜାଜ ଚୌଧୁରୀ କହିଛନ୍ତି ଯେ ମଙ୍ଗଳବାର ଏବଂ ବୁଧବାର ରାତି ମଧ୍ୟରେ ପୁରୁଣା ପୁଂଛ ଅଂଚଳରେ ସନ୍ଦିଗ୍ଧ ଗତିବିଧିର ସୂଚନା ମିଳିଥିଲା । ସେ କହିଛନ୍ତି ଯେ ଏହା ପରେ ରାତିରେ ପୋଲିସ୍ ଏବଂ ସେନା ସଂଯୁକ୍ତ ରୂପରେ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା, ଯାହା ଏବେ ମଧ୍ୟ ଜାରି ଅଛି । ତଲାସୀ ସମୟରେ ସୁରକ୍ଷାକର୍ମୀ ଅଂଚଳର ସମସ୍ତ ଆସିବାଯିବା ରାସ୍ତାକୁ ବନ୍ଦ କରିଦେଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ତଲାସୀ ଅଭିଯାନ ଜାରିଥିଲା ।

Leave a Reply

Your email address will not be published. Required fields are marked *