ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ବୁଧବାର ଦିନ ଶ୍ରୀନଗରରେ କହିଛନ୍ତି ଅସ୍ଥିର ପାକିସ୍ଥାନ ଭାରତ ସମେତ ସବୁଦେଶ ପାଇଁ କ୍ଷତିକାରକ ଅଟେ । ପାକିସ୍ଥାନର ତହରିକ-ଏ- ଇଂସାଫଙ୍କ ଅଧ୍ୟକ୍ଷତାରେ ଇମରାନ ଖାନକୁ ଭ୍ରଷ୍ଟାଚାର ଭଳି ଏକ ମାମଲ ।ରେ ଗିରଫ ହେବାର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଏହି ଟିପ୍ପଣୀ ଆସିଛି ।
ଫାରୁକ ଅବଦୁଲ୍ଲା କହିଛନ୍ତି ଆମେ ଏକ ମଜଭୁତ ଓ ଲୋକତାନ୍ତ୍ରିକ ପାକିସ୍ଥାନ ଚାହୁଁଥିଲୁ । ଯେଉଁଠାରେ ଲୋକତନ୍ତ୍ର ବଢିବ ତଥା ଭାରତ ସହିତ ତାର ସମ୍ପର୍କକୁ ସୁଧାରିବ । ସେ କହିଛନ୍ତି ପାକିସ୍ଥାନରେ ଆନ୍ତରିକ ଓ ଆର୍ଥିକ ସ୍ଥିତି ବହୁତ ଖରାପ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ପୁର୍ବବର୍ଷ ଏ କ୍ଷତ୍ରରେ ବଡ ବନ୍ୟା ଆସିଥିଲା କେତେକ କ୍ଷେତ୍ର ବର୍ତମାନ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି । ଏପରି ସ୍ଥିତିରେ ଏଭଳି ବଦଳିବା ବଦୁତ କ୍ଷତିକାରକ ଅଟେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now