ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଚିସ ବିଆର ଗଭାଇ ଅସନ୍ତୋଷ ପ୍ରକାଶ କଲେ। ସିଜେଆଇ ଦାୟିତ୍ୱ ନେବା ପରେ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଗସ୍ତ ସମୟରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେନି ମହାରାଷ୍ଟ୍ର ମୁଖ୍ୟ ସଚିବ, ଡିଜିପି କି ମୁମ୍ୱାଇ ପୁଲିସ କମିଶନର। ଯଦି ମହାରାଷ୍ଟ୍ରର ପୁଅ ଦେଶର ପ୍ରଧାନ ବିଚାରପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିଲେ। ସେ ଯଦି ନିଜ ରାଜ୍ୟକୁ ଗସ୍ତ ବେଳେ ଅଧିକାରୀଙ୍କ ତାଙ୍କ ପ୍ରତି ଏଭଳି ଅସମ୍ମାନ କେତେଦୂର ଯୁକ୍ତିସଙ୍ଗତ ବୋଲି ପଚାରିଛନ୍ତି ସିଜେଆଇ। ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଯଦି ଏମାନଙ୍କ ବିବେକ ଡାକିଲାନି ବା ଅନ୍ତତଃ ପ୍ରୋଟକଲ ଦୃଷ୍ଟିରୁ ଭେଟିଲେନି, ଏହା ତାଙ୍କ ଇଛା ଉପରେ ନିର୍ଭର କରେ କହି ଅସନ୍ତୋଷ ଝାଡ଼ିଛନ୍ତି ସିଜେଆଇ। ସେ ଏମିତିରେ ପ୍ରୋଟୋକଲକୁ ବିଶ୍ୱାସ କରନ୍ତିନି। କିନ୍ତୁ ସାମ୍ୱିଧାନିକ ଦାୟିତ୍ୱ ତୁଲାଉଥିବା ପ୍ରତିଟି ଅର୍ଗାନ ପରସ୍ପରକୁ ସମ୍ମାନ ଦେବାରେ କାହିଁକି କୁଣ୍ଠାବୋଧ ବୋଲି ବି ପଚାରିଛନ୍ତି ସିଜେଆଇ।

Naxatra News is now on Whatsapp
Join and get latest news update delivered to you via whatsapp
Join Now