ନାଲକୋ ପ୍ରସଙ୍ଗରେ ବିଧାୟକ ଓ ବିଜେଡି ଅରାଜକତା ସୃଷ୍ଟି କରୁଛନ୍ତି _କାଳନ୍ଦି ସାମଲ

ଜମି ହରାଙ୍କ ପାଇଁ ନୁହେଁ ନିଜ ସ୍ୱାର୍ଥ ପାଇଁ ବିଜେଡି ର ଆନ୍ଦୋଳନ

ବିଧାୟକ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସମସ୍ୟା ସୃଷ୍ଟି କରୁଛନ୍ତି

ସ୍ୱଚ୍ଛ ଭାବେ ନାଲକୋ କ୍ଷତିଗ୍ରସ୍ତ ଙ୍କ ତାଲିକା କରି ନିଯୁକ୍ତି ଦେବାକୁ ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି

ତାଳଚେର :ତାଳଚେରରେ ବିଜେଡି ଓ ବିଧାୟକ ଅରାଜକତା ସୃଷ୍ଟି କରୁଛନ୍ତି| ଯେତେବେଳେ ପାଇଲେ ମନଇଚ୍ଛା କୋଇଲା ଖଣି ଠାରୁ ଆରମ୍ଭ କରି, ଏନଟିପିସି, ନାଲକୋ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଙ୍କର ରାଷ୍ଟ୍ରୟତ ଉଦ୍ୟୋଗ କୁ ବନ୍ଦ କରାଇବା ପଛରେ ଏ କି ଷଡ଼ଯନ୍ତ୍ର ଚାଲିଛି, ଏହା ରାଜ୍ୟ ବିଜେଡି ସରକାର ଦ୍ୱାରା ପ୍ରାୟୋଜିତ ନୁହେଁ କି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ପ୍ରଶ୍ନ କରିଛନ୍ତି |

  ନାଲକୋ କ୍ଷତିଗ୍ରସ୍ତ ପ୍ରଜା ଙ୍କ ର ଏକ ସ୍ୱଚ୍ଛ ଲିଷ୍ଟ ତିଆରି କରି ତୁରନ୍ତ ଯୋଗ୍ୟତା ଭିତରେ ସ୍ଥାୟୀ ଓ ଠିକା ନିଯୁକ୍ତି ପାଇଁ ଆଜି ବିଜେପି ପକ୍ଷରୁ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ତାଳଚେର ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ରଞ୍ଜନ ମହାନ୍ତି ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି |ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସମ୍ବୋଧିତ କରି ଶ୍ରୀ ସାମଲ ନାଲକୋ ପ୍ରସଙ୍ଗରେ ବିଜେଡି ଓ ତାଳଚେର ବିଧାୟକ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି| ଜମି ହରା ଙ୍କ ପାଇଁ ନୁହେଁ ନିଜ ସ୍ୱାର୍ଥ ପାଇଁ ବିଜେଡି ର ଆନ୍ଦୋଳନ

,ବିଧାୟକ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସମସ୍ୟା ସୃଷ୍ଟି କରୁଛନ୍ତି| ବିଧାୟକ ଓ ସାଂସଦ ନିଜେ ଆର ପି ଡ଼ି ଏ ସି ସଦସ୍ୟ ଥିବା ସତ୍ୱେ ଜାଣି ଶୁଣି କ୍ଷତିଗ୍ରସ୍ତ ଙ୍କ ସମସ୍ୟା ସମାଧାନ କରୁନାହାନ୍ତି ନା ତାଙ୍କର ଅପାରଗତା ବୋଲି ସେ ପ୍ରଶ୍ନ କରିଛନ୍ତି | 14 ବର୍ଷ ବିଧାୟକ ଥିବା ବେଳେ ବଂଚିତ ଥିବା ଜମିହରା ଙ୍କ ପାଇଁ ନୀତିନିର୍ଣ୍ଣୟ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଥିବା ବେଳେ ନାଲକୋ କ୍ଷତିଗ୍ରସ୍ତ ପିଲାଙ୍କୁ ଆଇ ଟି ଆଇ ଟ୍ରେନିଙ୍ଗ ପଠାଇବା ସହ ନିଯୁକ୍ତି ଦେଇଥିଲେ, ଶହ ଶହ ଜମିହରା ଙ୍କୁ ନିଯୁକ୍ତି ଦେଇଥିଲେ, କିନ୍ତୁ 14ବର୍ଷ ଧରି କେତେ ନିଯୁକ୍ତି ଦିଆ ଯାଇଛି ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |ଶହ ଶହ ସଂଖ୍ୟାରେ ନାଲକୋ କ୍ଷତିଗ୍ରସ୍ତ  ପ୍ରଜା ଥିବା ବେଳେ ସତୁରି ଜଣଙ୍କ ପାଇଁ କାହିଁକି ବିଧାୟକ ଓ ବିଜେଡି ଠିକା ଚାକିରି ପାଇଁ ଲାଗିଛନ୍ତି ତାହା ସର୍ବସାଧାରଣ ରେ ପ୍ରକାଶ କରନ୍ତୁ,|ଏଠାରେ ଥାଇଥାନ ଅଧିକାରୀ ନାହାନ୍ତି,ଏହା ପୂର୍ବରୁ 80 ଏବଂ ଏବେ70 ଜଣ ଙ୍କର ଲିଷ୍ଟ କିଏ, କେଉଁ ଅଧିକାରୀ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି |ଠିକା ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇ ଥିବାର ଶୁଣିବାକୁ ମିଳୁଛି ବୋଲି ଶ୍ରୀ ସାମଲ କହିଛନ୍ତି |ନାଲକୋ କ୍ଷତିଗ୍ରସ୍ତ ତାଳଚେର ର ୫ ଟି ପଂଚାୟତ ର ସମସ୍ତ କ୍ଷତିଗ୍ରସ୍ତ ଜମିହରା ଙ୍କୁ ସ୍ୱଛତା ଭାବେ ତାଲିକା ପ୍ରସ୍ତୁତ କରି ତୁରନ୍ତ ନିଯୁକ୍ତି ଦେବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି |ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ମଣ୍ଡଳ ସଭାପତି ବରୁଣ ସାହୁ, ନରେନ୍ଦ୍ର ସାହୁ, ଗୋପାଳ ସାହୁ, ଖଇରା ପ୍ରଧାନ,ରାଜେନ୍ଦ୍ର ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *