ଭାଟିକାନର ପୋପ୍ ପୋପ୍ ଫ୍ରାନସିସଙ୍କୁ ଅନ୍ତିମ ବିଦାୟ ଦେଇଛି ବିଶ୍ୱ। ପୋପଙ୍କ ଅନ୍ତିମ ସଂସ୍କାରରେ ବିଶ୍ୱ ସମୁଦାୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ୍ ହୋଇଛନ୍ତି। ଆମେରିକା, ଆର୍ଜେଣ୍ଟିନା, ବ୍ରାଜିଲ, ଫିଲିପାଇନ୍ସ, ଜର୍ମାନୀ, ପୋଲାଣ୍ଡ, ପର୍ତ୍ତୁଗାଲ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ବଡ଼ ଚେହେରା ଏଥିରେ ସାମିଲ୍ ହୋଇଥିଲେ। ପୋପ୍ ଫ୍ରାନସିସଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ୨୨, ୨୩ ଓ ୨୬ ଏପ୍ରିଲରେ ଭାରତରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିଲା। ରାଷ୍ଟ୍ରୀୟ ଶୋକରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଧନମିତ କରି ରଖାଯାଇଛି। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଥିଲା। ୮୮ ବର୍ଷରେ ପୋପ୍ ଫ୍ରାନସିସଙ୍କ ନିଧନ ଏପ୍ରିଲ ୨୧ରେ ହୋଇଥିଲା। ପୋପ୍ ଫ୍ରାନସିସଙ୍କ ଶେଷ ଯାତ୍ରାରେ ସାମିଲ୍ ହେବାକୁ ଅଢ଼େଇ ଲକ୍ଷ ଲୋକ ସେଣ୍ଟ ପିଟର ବେସିଲିକା ପହଞ୍ଚିଥିଲେ। ଭାରତୀୟ ସମୟ ଦିନ ସାଢ଼େ ଗୋଟାଏରେ ପୋପଙ୍କ ଅନ୍ତିମସଂସ୍କାର କରାଯାଇଛି। ତିନି ଦିନ ହେଲା ସେଣ୍ଟ ପିଟର୍ସ ବେସିଲିକାରେ ସାଧାରଣ ଦର୍ଶନ ଲାଗି ପୋପଙ୍କ ପାର୍ଥିବ ଶରୀର ରଖାଯାଇଥିଲା। ପୋପଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବାକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଥିଲେ। ଭାରତ ପକ୍ଷରୁ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ରାଷ୍ଟ୍ରପତି ମୁର୍ମୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now